ଭୁବନେଶ୍ୱର ୨୫/୯(ସନ୍ଧାନ ନ୍ୟୁଜ୍) : ଯୁବ ବିଜେଡିର ହେଲା ନବକଳେବର । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଯୁବ ବିଜେଡିର ନୂଆ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଦଳର ଯୁବ ବ୍ୟାପାର ଦାୟିତ୍ୱରେ ଥିବା ଧର୍ମଶାଳା ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଏନେଇ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି । ଯୁବ କମିଟିରେ ସବୁ ବର୍ଗ, ସବୁ ଅଞ୍ଚଳର ଉପଯୁକ୍ତ ପ୍ରତିନିତ ହୋଇଥିବା ଦେଖୁବାକୁ ମିଳିଛି । ନୂଆ କମିଟିରେ ବୈକୁଣ୍ଠ ନାଏକଙ୍କୁ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି । ସେହିପରି ଏଲିନା ଦାସଙ୍କୁ ସଙ୍ଗଠନର ମହାସଚିବ ଭାବେ ନୂତନ ନିଯୁକ୍ତି ମିଳିଛି । ପୂର୍ବତନ ଛାତ୍ର ସଭାପତି ରାଣା ପ୍ରତାପ ପାତ୍ରଙ୍କୁ ୩ ଜଣିଆ ବରିଷ୍ଠ ଉପସଭାପତିଙ୍କ ମଧ୍ୟରେ ରଖାଯାଇଛି । ରାଣାଙ୍କୁ, ବାଦ୍ ଦେଇ ଧୁତି ରଞ୍ଜନ ମାର୍ଥ, ଜ୍ୟୋସ୍ନାମୟୀ ପରିଡାଙ୍କୁ ମଧ୍ୟ ସମାନ ଦାୟିତ୍ବ ଦିଆଯାଇଛି । ସେହିପରି ସାରା ଓଡ଼ିଶାକୁ ୬ ଗୋଟି ଜୋନ୍ରେ ବିଭକ୍ତ କରାଯାଇଛି। ଏହି ଜୋନରେ ଜଣେ ଜଣେ ଅଭିଜ୍ଞ ଯୁବ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଭୁବନେଶ୍ବର ଜୋନ୍ ପାଇଁ ବିଜୟ କେତନ ସାହୁ, କଟକ-ଶୁଭାଶ୍ମୀ ନାରାୟଣ ମିଶ୍ର, ଗଞ୍ଜାମ-ନଚିକେତ ସ୍ୱାଇଁ, ବଲାଙ୍ଗୀର-ମନ୍ଦିର ମହାନ୍ତି, ସମ୍ବଲପୁର-ଦେବାଶିଷ ପରି ଡା ଏବଂ କୋରାପୁଟରେ ତାପସ ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି । ଏହାକୁ ବାଦ୍ ଦେଇ ୧୦ ଜଣିଆ ଉପସଭାପତି ଦାୟିତ୍ବ ପ୍ରଦାନ କରାଯାଇଛି । ସେମାନେ ହେଲେ ଛବି ମାହାଳି, ସୋଫିଆ ଆଲାମ, ମାନଭଞ୍ଜନ ବେହେରା, ସୁନୀଲ କୁମାର ମହାନ୍ତି, ସୌମ୍ୟଶଙ୍କର ଚକ୍ର, ମଣ୍ଟୁ ନାୟକ, ସୁଜିତ ପ୍ରସାଦ ଦ୍ବିବେଦୀ, ଶୁଭାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା ଏବଂ ଭବାନୀ ଶଙ୍କର ଦାସ । ଉପରୋକ୍ତ କର୍ମକର୍ତ୍ତାଙ୍କୁ ବାଦ୍ ଦେଇ ୨୮ ସାଧାରଣ ସମ୍ପାଦକ, ୩୫ ସମ୍ପାଦକ, ୨୫ ଯୁଗ ସମ୍ପାଦକଙ୍କ ତାଲିକା ପ୍ରକାଶ ପାଇଛି । ଏହାସହ ୩୩ ସାଂଗଠନିକ ଜିଲ୍ଲା ପାଇଁ ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା କରାଯାଇଛି । କଟକ ଜିଲ୍ଲା ପାଇଁ ସିଦ୍ଧାଥ ରାୟଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି । ନୂଆକରି ଜିଲା ସଭାପତି ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି, ଯାଜପୁର-ପ୍ରତାପ ମହାନ୍ତି, ସୋନପୁର-ଅଶୋକ ନନ୍ଦ, ପୁରୀ-ନାରାୟଣ ସ୍ବାଇଁ, ରାୟଗଡା- ଦେବାଶିଷ ଖାଡେଙ୍ଗା, କଳାହାଣ୍ଡି-ଆଦିତ୍ୟ ନନ୍ଦ, କୋରାପୁଟ-ଅମିତ ଅଗ୍ରୱାଲ, ସୁନ୍ଦରଗଡ଼- ଦେବେନ୍ଦ୍ର ପ୍ରସାଦ ମାଝା, ରାଉରକେଲା- ସୁମନବେଜ୍, ଝାରସୁଗୁଡା-ପ୍ରଶାନ୍ତ ଜେନା ଏବଂ ଗଜପତି ଜିଲ୍ଲାରେ ଏସ୍ ରଙ୍ଗରାଜୁଙ୍କୁ ଯୁବ ବିଜେଡି ସଭାପତି ଦାୟିତ୍ବ ଦିଆଯାଇଛି । ମୟୂରଭଞ୍ଜ ଗ୍ରାମୀଣ ଓ ସହର ପାଇଁ ଅରୁଣ ବରାଡ, ଅଭିଷେକ ପଟ୍ଟନାୟକ, ଭଦ୍ରକ ପାଇଁ ମୁକୁନ୍ଦ ଦେବ ସାମଲ, ବ୍ରହ୍ମପୁର-ଅଜିତ ପଣ୍ଡା, ଦେବଗଡ ପାଇଁ ପ୍ରତାପ କୁମାର ଦେବ, କଟକ-ସୃତି ରଞ୍ଜନ ନାୟକ, କଟକ ସିଟି-ମନଜିତ ଦାସ ପ୍ରମୁଖଙ୍କୁ ଦାୟିତ୍ବ ମିଳିଛି ।
ଯୁବ ବିଜେଡିର ନବକଳେବର
|
September 25, 2020 |