ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଜଣେ ଗିରଫ

ଭଦ୍ରକ , ୨୦/୨/୨୦ (ସନ୍ଧାନ ନିଉଜ) : ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ ଉକ୍ତ ଥାନା ଏରେଇଁ ଅଞ୍ଚଳର ଏସ୍‌. କେ. ସରିଫ। ସରିଫଙ୍କ ନିଜ ଘର ଜଟଣୀ ଅଞ୍ଚଳରେ ହୋଇଥିବା ବେଳେ ୨୦୦୨ ମସିହାରୁ ସେ ଭଦ୍ରକ ଜିଲା ଚରମ୍ପାର ଏରେଇଁ ଅଞ୍ଚଳରେ ପରିବାର ସହ ରହି ଆସୁଥିଲେ। ସେ ଏଫ୍‌ସିଆଇରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ତେବେ ସେ ଗ୍ରାମର ଏକାଧିକ ଯୁବତୀଙ୍କୁ ମୋବାଇଲରେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ ହେବାପରେ ତାଙ୍କୁ ପୋଲିସ ଗିରଫ କରିଛି। ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।

Related Posts

About The Author

Add Comment