ଯୁକ୍ତ୨ ଶେଷ ପ୍ରର୍ଯ୍ୟୟ ଅନଲାଇନ ଆବେଦନ ସରିବ ୨୪ରେ

Spread the love
  •  
  •  
  •  
  •  
  •  

ଧର୍ମଶାଳା, ୧୯/୮ (ସନ୍ଧାନ ନିୟୁଜ/ମାନସ ରାଉତ) ରାଜ୍ୟରେ ଉଚ୍ଚମଧ୍ୟମିକ ଦ୍ୱାରା ପରିଚାଳିତ ଶେଷ ପ୍ରର୍ଯ୍ୟୟ ନାମଲେଖା ଚଳିତ ମାସ ୨୪ତାରିଖ ପ୍ରର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଆବେଦନ କରିନଥିବା ଛାତ୍ରଛାତ୍ରୀ ଏବଂ ନାମ ଲେଖାଇନଥିବା ଛାତ୍ରଛାତ୍ରୀ ମାନେ ଏହି ତାରିଖ ମଧ୍ୟରେ ଆବେଦନ କରି ନାମ ଲେଖାଇପାରି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଧର୍ମଶାଳା ବ୍ଲକ୬ଟି ଅନୁଦାନ ପ୍ରାପ୍ତ କଲେଜ ଏବଂ ୨ଟି ବେସରକାରୀ କଲେଜ ରହିଛି । ଏହି କଲେଜ ଗୁଡିକ ମଧ୍ୟରେ କୋତପୁରର ବଜ୍ରଗିରିର କଲେଜରେ କଳାରେ ୮ଟି ଓ ବିଜ୍ଞାନରେ ୨ଟି ସିଟ୍ ଖାଲି ରହିଛି । ସେହିପରି ଚଢ଼େଇଧରାସ୍ଥିତ ଜଗନ୍ନାଥ ଜୀଉ କଲେଜରେ କଳାରେ ୧୮ଟି ଓ ବିଜ୍ଞାନରେ ୪୭ଟି ସିଟ ଖାଲି ପଡିଛି । ଜେନାପୁରରେ କଳାରେ ୬ଟି, ଧର୍ମଶାଳାରେ କଳାରେ ୪ଟି ବିଜ୍ଞାନରେ ୯ଟି, ମୁକୁନ୍ଦପାତ୍ରରେ କଳାରେ ୨ଟି, ବିଜ୍ଞାନରେ ୫୪ଟି ସିଟ୍ ଖାଲି ରହିଛି । ଧର୍ମଶାଳା ମହିଳା କଲେଜରେ ୨ଟି ସିଟ୍ ଖାଲି ରହିଛି । ଏହି ବ୍ଲକ ଅଧିନୀେୀ ଥିବା ଦଧିବାମନ ଜୀଉ ସଂସ୍କୁତ କଲେଜରେ କଳାରେ ୪୮ଟି ସିଟ୍ ଖାଲି ଥିବା ବେଳେ ଘରୋଇ କଲେଜ ରେନାଶାରେ ବିଜ୍ଞାନରେ ୧ଟି କଲେଜ ଖାଲି ରହିଛି । ସର୍ବପରି ଧର୍ମଶାଳା ଅଂଚଳରେ କଳାରେ ୪୪ଜଣ ବିଜ୍ଞାନରେ ୧୫୬ଜଣ ଏବଂ ବାଣିଜ୍ୟରେ ୨୩ଜଣ ଓ ସଂସ୍କୃତ କଲେଜରେ ୮୬ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ ।

Related Posts

About The Author

Add Comment