ଯାଜପୁର ଲୋକସଭା ଓ ତିନି ବିଧାନସଭା ଆସନରେ ଲଢ଼ିବ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ)

Spread the love

ଯାଜପୁର: ୨୧/୦୩ (ସନ୍ଧାନ ନ୍ୟୁଜ): ଆଗାମୀ ସାଧାରଣ ନିର୍ବାଚନରେ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ କମିଟିର ସିଦ୍ଧାନ୍ତ ଅନୁସାରେ ସାରା ଓଡ଼ିଶାରେ ପାର୍ଟି ଏକକ ଭାବେ ୧୬ଟି ଲୋକସଭା ଆସନ ଓ ୨୮ ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ ପାର୍ଟିର ଯାଜପୁର ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ମଲ୍ଲିକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି କି ଯାଜପୁର ଲୋକସଭା ପାଇଁ କମ୍ରେଡ଼ ସୁବାଷ ମଲ୍ଲିକ ଓ ବିଞ୍ଝାରପୁର ବିଧାନସଭା ପାଇଁ କମ୍ରେଡ଼ ରାଧାବଲ୍ଲଭ ମଲ୍ଲିକ, ଧର୍ମଶାଳା ବିଧାନସଭା ପାଇଁ କମ୍ରେଡ଼ କେଦାରନାଥ ସାହୁ, ସୁକିନ୍ଦା ବିଧାନସଭା ପାଇଁ କମ୍ରେଡ଼ ଲିଲି ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି । ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଓ ଯାଜପୁର ଜିଲ୍ଲାର ଚାଷୀ ମୂଲିଆ, ଶ୍ରମିକ, ମହିଳା, ଛାତ୍ର ଯୁବକଙ୍କ ଜ୍ୱଳନ୍ତ ସମସ୍ୟା ଗୁଡ଼ିକ ନେଇ ଲଗାତାର ଗଣ ଆନ୍ଦୋଳନ ସଂଗଠିତ କରି ଆସୁଛି । ଉପରୋକ୍ତ ପ୍ରାର୍ଥୀମାନେ ଏହି ଆନ୍ଦୋଳନରେ ଦୀର୍ଘବର୍ଷ ଧରି ନିଜକୁ ସାମିଲ କରି ସଂଗ୍ରାମରେ ପରୀକ୍ଷିତ । ଲୋକସଭା ଓ ବିଧାନସଭା ଭିତରେ ଖଟିଖିଆ ଗରିବ ସାଧାରଣ ଲୋକମାନଙ୍କ ଦାବିକୁ ଦୃଢ଼ଭାବେ ଉପସ୍ଥାପନ କରିବା ପାଇଁ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍‌ଟ) ପକ୍ଷରୁ ଦିଆଯାଇଥିବା ଲଢ଼ୁଆ ପ୍ରାର୍ଥୀ ମାନଙ୍କୁ ଜୟଯୁକ୍ତ କରିବା ପାଇଁ ଦଳ ପକ୍ଷରୁ ନିବେଦନ କରାଯାଇଛି ।

Related Posts

About The Author

Add Comment