ଯାଜପୁର: ପର୍ଯ୍ୟଟନ ପାନ୍ଥଶାଳା ଭୁତ କୋଠୀରେ ପରିଣତ, ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ

Spread the love

ଯାଜପୁର, ୮/୭(ସନ୍ଧାନ ନିୟୁଜ/ମାନସ ରାଉତ)-ପର୍ଯ୍ୟଟନ ବିବାଗ ତରଫରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ ସ୍ତାନରେ ପାନ୍ଥଶାଳାମାନ ସ୍ଥାପନ କରିଥିବା ବେଳେ ଏହାର ଦେଖାଶୁଣା ଅଭାବରୁ ଏବଂ ଦାୟିତ୍ୱହୀନତା ଯୋଗୁ ପାନ୍ଥଶାଳାଟି ଭୁତକୋଠି ପାଲଟିଛି । ବଡଚଣା ବ୍ଳକ ଅନ୍ତର୍ଗତ ପତରାଜପୁର ଠାରେ ୨୦୦୨ ମସିହାରେ ନିର୍ମାଣ କରାଯାଇଥିବା ନିର୍ବାଣ ପାନ୍ଥଶାଳାଟି ଏବେ ଭାଙ୍ଗିରୁଜି ଯାଇଥିଲା ବେଳେ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଆଦୌ ନଜର ନାହିଁ । ସୂଚନା ଥାଉ କି ୫ନଂ(କ) ଜାତୀୟ ରାଜପଥ କଡରେ ପତରାଜପୁର ଠାରେ ଦେଢ ଏକର ପରିମିତ ମୁଲ୍ୟବାନ ଜମି ଉପରେ ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ବାଣ ପର୍ଯ୍ୟଟନ ପାନ୍ଥଶାଳା ନିର୍ମାଣ କରାଯାଇଥିଲା । ୨୦୦୨ ମସିହା ଡିସେମ୍ବର ୧୦ ତାରିଖରେ ତତକାଳୀନ ଓଡିଶା ବିଦାନ ସଭାର ବାଚସ୍ପତି ଶରତ କୁମାର କର ଏହାକୁ ଉଦଘାଟନ କରିଥିଲେ । ତାଙ୍କ ସହ ଯାଜପୁର ଜିଲାର ସମସ୍ତ ବିଧାୟକଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଯୋଗ ଦେଇଥିଲେ । ବିଶ୍ୱ ପ୍ରସିଦ୍ଧ ବୌଦ୍ଧ କ୍ଷେତ୍ର ଲଳିତଗିରି, ଉଦୟଗିରି ଓ ରତ୍ନଗିରିକୁ ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ଆସିଲେ ସେମାନଙ୍କର ରହଣୀ ପାଇଁ ଏହା ନିର୍ମାଣ କରାଯାଇଥିଲା । ଏହା ସହ ବିଦେଶ ଟଙ୍କାକୁ ବଦଳାଯିବାର ବ୍ୟବସ୍ଥା ଏଠାରେ ଖୋଲା ଯାଇଥିଲା । ହେଲେ ପରିତାପର ବିଷୟ ମାତ୍ର ୩ ବର୍ଷ ପରେ ଏହି ପାନ୍ଥଶାଲାକୁ ଦୀର୍ଘ ମିଆଦି ନିଲାମ ଜରିଆରେ ଘରୋଇ ସଂସ୍ଥାକୁ ଟେକି ଦିଆଗଲା । ଘରୋଇ ସଂସ୍ଥା ଏଠାରେ ରହିବା ସହ ହୋଟେଲ ବ୍ୟବସ୍ଥା କରି ନିଜର ବ୍ୟବସାୟ ଆରମ୍ଭ କରିଥିଲା । ୭ ବର୍ଷ ବ୍ୟବସାୟ କରିବା ପରେ ୨୦୧୦ ମସିିହାରେ ସଂପୃକ୍ତ ସଂସ୍ଥା ଏଠାରୁ ଏହାକୁ ସରକାରଙ୍କ ହାତକୁ ଟେକି ଦେଇ ଛାଡି ଚାଲିଯାଇ ଥିଲା । ପଯ୍ୟଟନ ବିଭାଗ ତରଫରୁ ଏହାପରେ ଏହି ପାନ୍ଥଶାଳା ପ୍ରତି ନଜର ନଦିଆଯିବାରୁ ଏହା ବନ୍ଦ ହୋଇ ପଡି ରହିଲା । ବନ୍ଦ ହୋଇଗଲା ପରେ ଏବେ ଏହି ପାନ୍ଥଶାଳାର ଝରକା କବାଟ ସମେତ ସମସ୍ତ ଜିନିଷ ଲୁଟ ହୋଇ ଗଲାଣି । ଏପରିକି କେତେକ ସ୍ଥାନରୁ ଇଟା ଖୋଳି ନେଇ ଗଲେଣି । ଏହା ମଧ୍ୟରେ ପଡିଥିବା ଶଯ୍ୟା ଗୁଡିକ ଚୋରି ହୋଇ ଗଲାଣି । ପାଣି ପାଇପ ଗୁଡିକ ମଧ୍ୟ ଚୋରି ହୋଇଯିବା ପରେ ଏହା ଭୁତକୋଠୀ ଭଳି ପଡିରହିଛି । ଏହି ପାନ୍ଥଶାଳାର ଲନ ଗୁଡିକରେ ଏବେ ଗାଈ ଚରୁଛନ୍ତି । ପର୍ଯ୍ୟଟନ ବିକାଶ ପାଇଁ ଯେଉଁ ଉଦେ୍ଦଶ୍ୟ ନେଇ ଏହି ପାନ୍ଥଶାଳା ନିର୍ମାଣ ହୋଇଥିଲା ଏବେ ତାହା ଲକ୍ଷ୍ୟଭ୍ରଷ୍ଟ ହୋଇଛି । ଦେଶ ବିଦେଶରୁ ଆସୁଥିବା

Related Posts

About The Author

Add Comment