ଯାଜପୁର ଜିଲ୍ଳାରେ ସେବା ସଂକଳ୍ପ ଅଭିଯାନ ଅବସରରେ ଆଙ୍ଗନ କା ଉତ୍ସବ ଆରମ୍ଭ

Spread the love

ଯାଜପୁର,  ୨୯/୯/୨୬ (ସନ୍ଧାନ ନ୍ୟୁଜ) :ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ିମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ତିନି ଦିନ ବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଅଙ୍ଗନ କା ଉତ୍ସବ’ ସଫଳତାର ସହ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧି, ସାମାଜିକ କର୍ମୀ ଏବଂ ଭିନ୍ନ ଭିନ୍ନ ଥିମ୍ ଆଧାରରେ ଶିଶୁ, ମାତାପିତା ଓ ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରାଯାଇଥିଲା। ଆଜି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅଭିଭାବକମାନଙ୍କ ଦ୍ୱାରା ରନ୍ଧାଖାଦ୍ୟ ପ୍ରଦର୍ଶନୀ (Recipe Demonstration), ବିଶେଷ କରି ‘ପୋଷଣ ପିଠା’ ପ୍ରସ୍ତୁତି କରାଯାଇଥିଲା।ସ୍ଥାନୀୟ ଭାବେ ମିଳୁଥିବା ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି ସେମାନେ ଘରେ ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି କେନ୍ଦ୍ରକୁ ଆଣିଥିଲେ, ଯାହା ଆଜି ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ବାପା, ମାଆ, କିଶୋରୀ ବାଳିକା, ପରିବାର ସଦସ୍ୟ ଏବଂ AMC ର ସଦସ୍ୟମାନେ ସାମିଲ ହୋଇଥିଲେ। ଏହି ଉତ୍ସବ ଆଗାମୀ ଦୁଇଦିନ ମଧ୍ୟ ଅଙ୍ଗନୱାଡି ସ୍ତରରେ ପାଳନ ହେବ । ଦ୍ୱିତୀୟ ଦିବସଟି ସମ୍ପୂର୍ଣ୍ଣ ରୂପେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁଠାରେ ସେମାନଙ୍କର ମନୋରଞ୍ଜନ ଏବଂ ପ୍ରାକ୍-ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଶିଶୁମାନଙ୍କ ପାଇଁ ମଜାଦାର ଖେଳ, ଚିତ୍ରାଙ୍କନ, ଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯିବା ସହ ଜେଜେବାପା ଓ ଜେଜେମା’ ମାନଙ୍କ ଦ୍ୱାରା ଶିଶୁମାନଙ୍କୁ ସୁନ୍ଦର ସୁନ୍ଦର ଗପ ଶୁଣାହେବାର କାର୍ଯ୍ୟକ୍ରମ ରହିଛି ।  ତୃତୀୟ ଦିବସରେ ମୁଖ୍ୟ କାର୍ଯ୍ୟକ୍ରମ ସହ ସରକାରୀ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯିବ।  ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଯେପରିକି ସୁଭଦ୍ରା, ମମତା-PMMVY, ପୋଷଣ, ADVIKA ପରି ଯୋଜନାଦ୍ୱାରା ଲାଭାନ୍ୱିତ ହିତାଧିକାରୀମାନେ ପାଇଥିବା ସୁଫଳକୁ ନେଇ ସେମାନଙ୍କର ୬୦ ସେକେଣ୍ଡର ଅନୁଭୂତି ବର୍ଣ୍ଣନା କରିବେ । ଶେଷରେ କ୍ଷେତ୍ରସ୍ତରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଅଙ୍ଗନବାଡ଼ି କର୍ମୀ, ସହାୟିକା ଏବଂ ଆଶା କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ବାପାମାନଙ୍କ ମଧ୍ୟରେ ହୋଇଥିବା ରୋଷେଇ ପ୍ରତିଯୋଗିତାର ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର ପ୍ରଦାନ କରାଯିବ। ତ୍ରିରଙ୍ଗା ପ୍ଲେଟ୍ ମଧ୍ୟାହ୍ନ ଭୋଜନ : ସମସ୍ତ ଅଭିଭାବକ, ଗର୍ଭବତୀ ଓ ପ୍ରସୂତି ମାଆ, ADVIKA କିଶୋରୀ ଏବଂ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୁଷ୍ଟିକର ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯିବ। ଏହି ଥାଳିରେ ଭାତ, ସ୍ୱତନ୍ତ୍ର ଡାଲମା (ଡାଲି, ସଜନା ଛୁଇଁ, ବାଇଗଣ, କାକରୁ, ଟମାଟୋ, କଞ୍ଚା କଦଳୀ ଇତ୍ୟାଦି), ଦୁଇଟି ଅଣ୍ଡାର ତରକାରୀ, ଶାଗ ଭଜା, ଖଟା ଏବଂ ସାଲାଡ୍ (କାକୁଡ଼ି, ଗାଜର, ଟମାଟୋ, ପିଆଜ) ପରଷା ଯିବ । କେନ୍ଦ୍ରଗୁଡ଼ିକରେ ତିନି ଦିନ ବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଅଙ୍ଗନ କା ଉତ୍ସବ’ ସଫଳତାର ସହ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧି, ସାମାଜିକ କର୍ମୀ ଏବଂ ଭିନ୍ନ ଭିନ୍ନ ଥିମ୍ ଆଧାରରେ ଶିଶୁ, ମାତାପିତା ଓ ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରାଯାଇଥିଲା। ଆଜି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅଭିଭାବକମାନଙ୍କ ଦ୍ୱାରା ରନ୍ଧାଖାଦ୍ୟ ପ୍ରଦର୍ଶନୀ (Recipe Demonstration), ବିଶେଷ କରି ‘ପୋଷଣ ପିଠା’ ପ୍ରସ୍ତୁତି କରାଯାଇଥିଲା।ସ୍ଥାନୀୟ ଭାବେ ମିଳୁଥିବା ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି ସେମାନେ ଘରେ ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି କେନ୍ଦ୍ରକୁ ଆଣିଥିଲେ, ଯାହା ଆଜି ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ବାପା, ମାଆ, କିଶୋରୀ ବାଳିକା, ପରିବାର ସଦସ୍ୟ ଏବଂ AMC ର ସଦସ୍ୟମାନେ ସାମିଲ ହୋଇଥିଲେ। ଏହି ଉତ୍ସବ ଆଗାମୀ ଦୁଇଦିନ ମଧ୍ୟ ଅଙ୍ଗନୱାଡି ସ୍ତରରେ ପାଳନ ହେବ । ଦ୍ୱିତୀୟ ଦିବସଟି ସମ୍ପୂର୍ଣ୍ଣ ରୂପେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁଠାରେ ସେମାନଙ୍କର ମନୋରଞ୍ଜନ ଏବଂ ପ୍ରାକ୍-ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଶିଶୁମାନଙ୍କ ପାଇଁ ମଜାଦାର ଖେଳ, ଚିତ୍ରାଙ୍କନ, ଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯିବା ସହ ଜେଜେବାପା ଓ ଜେଜେମା’ ମାନଙ୍କ ଦ୍ୱାରା ଶିଶୁମାନଙ୍କୁ ସୁନ୍ଦର ସୁନ୍ଦର ଗପ ଶୁଣାହେବାର କାର୍ଯ୍ୟକ୍ରମ ରହିଛି ।  ତୃତୀୟ ଦିବସରେ ମୁଖ୍ୟ କାର୍ଯ୍ୟକ୍ରମ ସହ ସରକାରୀ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯିବ।  ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଯେପରିକି ସୁଭଦ୍ରା, ମମତା-PMMVY, ପୋଷଣ, ADVIKA ପରି ଯୋଜନାଦ୍ୱାରା ଲାଭାନ୍ୱିତ ହିତାଧିକାରୀମାନେ ପାଇଥିବା ସୁଫଳକୁ ନେଇ ସେମାନଙ୍କର ୬୦ ସେକେଣ୍ଡର ଅନୁଭୂତି ବର୍ଣ୍ଣନା କରିବେ । ଶେଷରେ କ୍ଷେତ୍ରସ୍ତରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଅଙ୍ଗନବାଡ଼ି କର୍ମୀ, ସହାୟିକା ଏବଂ ଆଶା କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ବାପାମାନଙ୍କ ମଧ୍ୟରେ ହୋଇଥିବା ରୋଷେଇ ପ୍ରତିଯୋଗିତାର ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର ପ୍ରଦାନ କରାଯିବ। ତ୍ରିରଙ୍ଗା ପ୍ଲେଟ୍ ମଧ୍ୟାହ୍ନ ଭୋଜନ : ସମସ୍ତ ଅଭିଭାବକ, ଗର୍ଭବତୀ ଓ ପ୍ରସୂତି ମାଆ, ADVIKA କିଶୋରୀ ଏବଂ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୁଷ୍ଟିକର ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯିବ। ଏହି ଥାଳିରେ ଭାତ, ସ୍ୱତନ୍ତ୍ର ଡାଲମା (ଡାଲି, ସଜନା ଛୁଇଁ, ବାଇଗଣ, କାକରୁ, ଟମାଟୋ, କଞ୍ଚା କଦଳୀ ଇତ୍ୟାଦି), ଦୁଇଟି ଅଣ୍ଡାର ତରକାରୀ, ଶାଗ ଭଜା, ଖଟା ଏବଂ ସାଲାଡ୍ (କାକୁଡ଼ି, ଗାଜର, ଟମାଟୋ, ପିଆଜ) ପରଷା ଯିବ। ଜିଲ୍ଲାରେ  ଏହି କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ପାର୍ବତୀ ସାହୁ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଫଳତାର ସହ ଆୟୋଜିତ ହେଉଛି।

Related Posts

About The Author

Add Comment