ଯାଜପୁର ସଦର, ୩୧ା୦୧: ଯାଜପୁର ଜିଲ୍ଲା ଏସପି ଭିନଥ ଅଗ୍ରୱାଳଙ୍କ ନିର୍ଦ୍ଦେଷରେ ଯାଜପୁର ଜିଲ୍ଲାସ୍ତରେ ଆଇଆଇସି ମାନଙ୍କୁ ଥାନାରୁ ଅନ୍ୟ ଥାନାକୁ ବଦଳ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାରେ ଥାନା ମାନଙ୍କରେ ରହିଥିବା ଆଇଆଇସି ମାନଙ୍କୁ ବଦଳି କରାଯାଇଥିବା ଜଣାଯାଇଚି । ଆଇଆଇସି ବାମଦେବ ନନ୍ଦଙ୍କୁ ଜିଲ୍ଲା ଏସପିଙ୍କ ଅଫିସରୁ ସୁକିନ୍ଦା ଥାନାକୁ ବଦଳି କରାଯାଇଥିବା ବେଳେ, ସେହିପିର ଆଇଆଇସି ରଂଜନ ମଲିକଙ୍କୁ ସୁକିନ୍ଦା ଥାନାରୁ କାଳିଆପାଣି ଥାନାକୁ ବଦଳି କରାଯାଇଚି । କାଳିଆପାଣି ଥାନା ଆଇଆଇସି ସୁଶାନ୍ତ କୁମାର ଦାସଙ୍କୁ ଜିଲ୍ଲା ଏସପିଙ୍କ ଅଫିସକୁ ବଦଳି କରାଯାଇଚି । ଯାଜପୁର ସଦର ଥାନାରୁ ଆଇଆଇସି ଅନିରୁଦ୍ଧ ନାୟକଙ୍କୁ ବ୍ରହ୍ମବରଦା ଥାନାକୁ ଆଇଆଇସି ଭାବେ ବଦଳି କରାଯାଇଚି । ଏସଆଇ ସିବାସିସ ଦାସଙ୍କୁ ଯାଜପୁର ସଦର ଥାନାକୁ ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଚି । ଜିଲ୍ଲା ସ୍ତରରେ ବଦଳି କରାଯାଇଥିବା ଥାନା ଅଧିକାରୀ ମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଏସପିଙ୍କ ନିର୍ଦ୍ଦେଷ ରହିଚି ।
ଯାଜପୁର ଜିଲ୍ଲା ସ୍ତରରେ ଆଇଆଇସି ବଦଳି ହେଲେ
|
February 3, 2024 |
