ଯାଜପୁର ସଦର, ୨୬ା୦୭: ଯାଜପୁର ଜିଲ୍ଲା ବିଭିନ୍ନ ଥାନାକୁ ବଦଳି ହୋଇଥିବା ଆଇଆଇସି ମାନେ ଥାନା ମାନଙ୍କରେ ଯୋଗ ଦେଇଥିବା ବେଳେ, ଯାଜପୁର ଏସପି ଭିନଥ ଅଗ୍ରୱଲଙ୍କ ନିର୍ଦ୍ଦେଷ ମତେ ୨୦ଟି ଥାନାରେ ଆଇଆଇସି ମାନେ କାର୍ଯ୍ୟରେ ଯୋଗଦେଇଛନ୍ତି । ସେହିପରି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାରେ ଆଇଆଇସି ଅଶୁଂମାଳା ଦାସ ଦକ୍ଷତାର ସହିତ କାର୍ଯ୍ୟକରି ଲୋକଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ଶ୍ରୀମତୀ ଦାସ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନାରେ କାର୍ଯ୍ୟ କରୁଥିବା ଆଇଆଇସି ଦେବାଶିଷ ଶତପଥିଙ୍କୁ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ବେଳେ, ବିଞ୍ଝାରପୁର ଥାନାର ଆଇଆଇସି ଅଂଶୁମାଳା ଦାସ ବ୍ରହ୍ମବରଦା ଥାନାରେ ଆଇଆଇସି ଭାବେ ଯୋଗଦାନ କରିଛନ୍ତି । ଶ୍ରୀମତୀ ଦାସ ଜନସାଧାରଣଙ୍କୁ ନ୍ୟାୟ ଦେବାପାଇଁ କାର୍ଯ୍ୟ କରିବା ଲାଗି ଯୋଗଦେଇଥିବା ବେଳେ, ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଥାନାରୁ ୫ଜଣ ଆଇଆଇସି ବଦଳି ହୋଇଥିବା ବେଳେ, ତାଙ୍କ ସ୍ଥାନରେ ବିଞ୍ଝାରପୁର ଥାନା ଆଇଆଇସି ଅଂଶୁମାଳା ଦାସ କିପରି ଲୋକମାନଙ୍କୁ ନ୍ୟାୟ ଦେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଚି । ସୂଚନା ଯୋଗ୍ୟ ଯେ, ଏହି ଥାନା ବ୍ରହ୍ମବରଦା ଅଞ୍ଚଳରେ ୭ଟି ପଂଚାୟତ ଯାଉଥିବା ବେଳେ, ଶ୍ରୀମତୀ ଦାସ ଦକ୍ଷତାର ସହିତ ନ୍ୟାୟ ଦେବାରେ ଶ୍ରୀମତୀ ଦାସ କାର୍ଯ୍ୟ କରିବେ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋର ଧରିଚି । ଶ୍ରୀମତୀ ଦାସ ବ୍ରହ୍ମବରଦା ଥାନାରେ କାର୍ଯ୍ୟରେ ଯୋଗଦେଇଥିବାରୁ ବ୍ରହ୍ମବରଦା ପ୍ରେସକ୍ଲବ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି । ଯାହାକି ବ୍ରହ୍ମବରଦା ଅଞ୍ଚଳ ଏକ ଗୁରୁତ୍ୱପୁର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ, ଏହି ଥାନା ଅଧିନରେ ରହିଥିବା ବିଭିନ୍ନ ପଂଚାୟତରେ ଆଇନି ଶୃଙ୍ଖଳା ଯୋଗାଇ ଦେବାଲାଗି ସାଧାରଣରେ ଦାବି କରାଯାଉଚି । କିପରି ଶ୍ରୀମତୀ ଦାସ ଏହି ଥାନାରେ ସୁଚାରୁ ରୁପେ କାର୍ଯ୍ୟ କରିବା ସହିତ ଲୋକମାନଙ୍କୁ ନ୍ୟାୟ ଦେବାପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀମତୀ ଦାସଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରିବା ସହିତ ବରିଷ୍ଠ ନାଗରିକ ମାନେ ଶ୍ରୀମତୀ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଯାଜପୁର ଜିଲ୍ଲା ବିଭିନ୍ନ ଥାନାର ଆଇଆଇସି ଯୋଗଦାନ କଲେ
|
July 26, 2024 |
