ଯାଜପୁର ଜିଲ୍ଲା କୋଷାଗାର ଅଧିକାରୀଙ୍କର ପଦୋନ୍ନତି ।

Spread the love

ଯାଜପୁର, ୧୯/୦୮/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ଟ୍ରେଜେରୀ ଅଫିସର ଭାବେ କାର୍ଯ୍ୟରତ ଥିବା ଅରିକ୍ଷିତ ବେହେରାଙ୍କର ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପରେ ଭୁବନେଶ୍ୱରସ୍ଥ କଣ୍ଟୋ୍ରଲର ଅଫ୍ ଆକାଉଣ୍ଟସ୍କୁ ବଦଳି ହୋଇଛି । ଅତିରିକ୍ତ ହିସାବ ନିୟନ୍ତ୍ରକ, ଓଡିଶା ଭାବେ ଶ୍ରୀ ବେହେରା ତା. ୧୪.୦୮.୨୦୨୦ରିଖରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଯାଜପୁର ଜିଲ୍ଲାର ଜିଲ୍ଲା ଟ୍ରେଜେରୀ ଅଧିକାରୀ ଭାବେ ଶ୍ରୀ ବେହେରା ୨ଟି ପର୍ଯ୍ୟାୟରେ ୪ବର୍ଷ କାଳ କାର୍ଯ୍ୟକରି ବେଶ୍ ସୁନାମ ଅର୍ଜନ କରିଥିଲେ । ସମସ୍ତ ବିଭାଗ ସହ ତାଙ୍କର ସୁ-ସଂପର୍କ ରହିଥିଲା । ତାଙ୍କ ପଦୋନ୍ନତିରେ ସଂପୃକ୍ତ ବିଭାଗମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲାପାଳ ରଂଜନ କୁମାର ଦାସ ଶ୍ରୀ ବେହେରାଙ୍କ ପଦୋନ୍ୱତି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପରବର୍ତୀ ପଦୋନ୍ନତି ସ୍ଥଳରେ ମଧ୍ୟ ଅନୁରୂପ ସଫଳତା ହାସଲ କରିବେ ବୋଲି କାମନା କରିଛନ୍ତି ।

Related Posts

About The Author

Add Comment