ଯାଜପୁର ଜିଲ୍ଲାରେ ୫ଟି ଥାନାରେ ନୂତନ ଥାନା ଅଧିକାରୀ ଯୋଗଦେଲେ

Spread the love

ଯାଜପୁର ସଦର, ୧୮ା୦୭: ଯାଜପୁର ଜିଲ୍ଲା ରେ ବିଭିନ୍ନ ଥାନା ମାନଙ୍କରେ ୧୦ ଜଣ ଥାନା ଅଧିକାରୀ ଥାନାରେ ଯୋଗ ଦେଇଥିବା ବେଳେ, ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲଙ୍କ ନିର୍ଦ୍ଦେଷରେ ଖାଲି ପଡ଼ିଥିବା ୫ଗୋଟି ଥାନାରେ ଅଧିକାରୀମାନେ ୧୪ ତାରିଖରେ ୧୦ ଜଣ ଆଇଆଇସି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ, ୨ଦିନ ପରେ ବିଭିନ୍ନ ଥାନାରୁ ଯାଜପୁର ଜିଲ୍ଲାକୁ ଆସିଥିବା ଆଇଆଇସି ରଂଜନ ପ୍ରଧାନଙ୍କୁ କଳିଙ୍ଗନଗର ଥାନା ଆଇଆଇସି ଭାବେ ଯୋଗଦେଇଥିବା ବେଳେ, ଶରତ ନାୟକଙ୍କୁ ଜଖପୁରା ଥାନାରେ ଆଇଆଇସି ଭାବେ ଯୋଗଦେଇଥିଲେ । ରଂଜନ ମଲିକଙ୍କୁ ଟମକା ଥାନା ଆଇଆଇସି, ଶ୍ରୀକାନ୍ତ ବାରିକଙ୍କୁ କୁଆଖିଆ ଥାନାରେ ଏବଂ ବ୍ରହ୍ମବରଦା ଥାନାରେ ନୂତନ କରି ଆଇଆଇସି ଭାବେ ଶ୍ରବଣ କୁମାର ମହାରଣା ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିବା ବେଳେ, ବ୍ରହ୍ମବରଦା ଥାନାକୁ ଅନିରୁଦ୍ଧ ନାୟକ ଆଇଆଇସି ଭାବେ ଯୋଗଦେଇଥିବା ଜଣାଯାଇଚି । ଯାଜପୁର ଜିଲ୍ଲାରେ ନୂତନ କରି ଯୋଗଦେଇଥିବା ଥାନା ଅଧିକାରୀ ମାନେ ଦକ୍ଷତାର ସହିତ କାର୍ଯ୍ୟ କରିବା ପାଇଁ ଜିଲ୍ଲା ଏସପି ଜନସାଧାରଣ ମାନଙ୍କର କିପରି ଆସ୍ଥା ଭାଜନ ହୋଇପାରିବେ ତାହା ଦେଖିବାକୁ ରହିଲା । ନୂତନ କରି ଯୋଗଦେଇ ତାଙ୍କ ଆଇଆଇସି ମାନଙ୍କୁ ପାଛୋଟି ନେଇଥିଲେ ।

Related Posts

About The Author

Add Comment