ଯାଜପୁର ଜିଲ୍ଲାରେ ଉତ୍କଳ ଦିବସ ପାଳନ

Spread the love

ଯାଜପୁର ସଦର, ୦୨ା୦୪ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ, ଏହି ଅବସରରେ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୃତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଦରିଦ୍ରର ବନ୍ଧୁ ଗୋପବନ୍ଧୁଙ୍କୁ ମନେ ପକାଇବା ପାଇଁ ଏହି ପବିତ୍ର ଦିବସ ଅପ୍ରେଲ ୧ ତାରିଖରେ ଏହି ଦିବସକୁ ପାଳନ କରାଯାଉଅଛି । ଯାହାକି ଉତ୍କଳମଣୀ ଗୋପବନ୍ଧୁଙ୍କ ଗାରିମା ଏବଂ ଗୋପବନ୍ଧୁଙ୍କ ସୁଆଣ୍ଡ ଗ୍ରାମରେ ଗୋପବନ୍ଧୁଙ୍କ ପ୍ରତିମୃତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗୋପବନ୍ଧୁଙ୍କୁ ମନେ ପକାଇବା ପାଇଁ ଓଡ଼ିଆ ଜାତିର ଗାରିମା ଦରିଦ୍ରର ବନ୍ଧୁ ସେହି ଗୋପବନ୍ଧୁ ଯାହାଙ୍କର କିର୍ତ୍ତିମୟ ଅବିସ୍ମରଣୀୟ ଲିପିବନ୍ଧ ହୋଇଚି । ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଉଚି । ଏହି ଅବସରରେ ଯାଜପୁର ଜିଲ୍ଲାର ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳନ କରାଯାଇଥିଲା । ସେହିପରି ଯାଜପୁର ସଂସ୍କୃତି ଭବନ ପରିଶରରେ ଉତ୍କଳମଣୀଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଚି । ଯାଜପୁର ଜିଲ୍ଲାପାଳଙ୍କ ଅଫିସ ମଧ୍ୟରେ ଉତ୍କଳ ଦିବସ ପାଳ କରାଯାଇଥିଲା । ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଗୋପବନ୍ଧୁଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିପରି ବିଭିନ୍ନ ରାଜନୈତିକ ନେତାମାନେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯାଜପୁର ଉପଜିଲ୍ଲାପାଳ ଅକ୍ଷୟ କୁମାର ମଲିକ ଗୋପବନ୍ଧୁଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହି ଦିବସକୁ ମନେ ପକାଇବାପାଇଁ ସରକାରୀ ଛୁଟି ଭାବରେ ଏହାକୁ ଘୋଷଣା କରାଯାଇଥିବା ଦେଖିାବାକୁ ମିଳିଥିଲା । ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର ଗୋପବନ୍ଧୁଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଏହି ଜିଲ୍ଲାରେ ଉତ୍କଳ ଦିବସ ନାମରେ ପାଳନ ହୋଇଥିଲା । ପଲ୍ଲୀପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟ ଜନକରେ ଉତ୍କଳ ଦିବସ ପାଳନ କରାଯାଇଥିଲା । ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ବାଲିକୁଦା ପଂଚାୟତର ପ୍ଲଲ୍‌ୀପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପଲ୍ଲୀପ୍ରଭା ସରକାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନାଦୀ ଚରଣ ପ୍ରଧାନ ବିଦ୍ୟାଳୟ ପରିଶରରେ ଗୋପବନ୍ଧୁଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରୀ ପ୍ରଧାନ ପ୍ରଦ୍ୱିପ ପ୍ରଜ୍ଜଳନ କରିଥିଲେ । ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବା ସହିତ କର୍ତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଏହି ଦିବସର ଗୁରତ୍ୱ ଉପରେ ଆଲୋଚନା କରିଥିଲେ । ପ୍ରୋଜେକ୍ଟର ମାଧ୍ୟମରେ ଅନୁଷ୍ଟାନର ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୀଳନି କକ୍ଷରେ ପ୍ରଧାନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚ କାର୍ଯ୍ୟକ୍ରମକୁ ଦେଖିଥିଲେ ।

Related Posts

About The Author

Add Comment