ଯାଜପୁର ଜିଲା ହସ୍ତଶିଳ୍ପ କର୍ମଜୀବି ସଂଘ ଉଦ୍ଘାଟନ ଉତ୍ସବ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶିଳ୍ପୀମାନଙ୍କ ସ୍ୱାର୍ଥ ପାଇଁ ଲଢିବି, ସାଂସଦ ରଘୁନାଥ ମହାପାତ୍ର

Spread the love

ରସୁଲପୁର, ୩/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ଏହି ବ୍ଲକର କୁଆଖିଆ ବଜାର ସ୍ଥିତ ଅଭିମନୁ୍ୟ ସାମନ୍ତ ସିଂହାର ଭବନରେ ଆଜି ପୂର୍ବାହ୍ନରେ ଯାଜପୁର ଜିଲା ହସ୍ତଶିଳ୍ପ କର୍ମଜୀବି ସଂଘର ଉଦ୍ଘାଟନୀ ଉତ୍ସବରେ ସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଭକ୍ତଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦ୍ୱିତୀୟ କୋଣାର୍କର ସ୍ୱପ୍ନ ଦେଖୁଥିବା ଶିଳ୍ପୀ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ମୁଖ୍ୟ ଅତିଥି ଭାବବରେ ଯୋଗଦେଇ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଶିଳ୍ପୀମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବି । ଶିଳ୍ପୀମାନେ ନିଜକୁ ସମସ୍ୟା ଭିତରେ ରଖି ନିଜର କଳାକୃତି, କାରୁକାର୍ଯ୍ୟ ବଳରେ ଦେଶ ଜାତିର ମାନକୁ ଉଚ୍ଚା କରିପାରିଛନ୍ତି । ସେମାନଙ୍କ ସମସ୍ୟାକୁ ନେଇ ଦିଲ୍ଲୀ ଦରବାରରେ ସ୍ୱର ଉଠାଇବେ । ସଂଘର ନୂତନ ଗୃହ ପାଇଁ ସାଂସଦ ପାଣ୍ଠିରୁ ୩୦ଲକ୍ଷ ଟଙ୍କା ମଂଜୁର କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ହସ୍ତଶିକଳ୍ପ କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ଅବଦାନ ଉଲ୍ଲେଖନୀୟ ରହିଛି । ଏ ଦିଗରେ ଦକ୍ଷତା ଅର୍ଜନ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସେ ୫ଲକ୍ଷ ଟଙ୍କା ନିଜସ୍ୱ ଖର୍ଚ୍ଚରୁ ବହନ କରିବେ । ଏଥିସହ ପୁରୀ ଜିଲାର ସାକ୍ଷୀଗୋପାଳ ଠାରେ ୧୫ କୋଟି ଟଙ୍କା ବ୍ୟୟରେ ଖରଦି କରାଯାଇଥିବା ଜମି ଉପରେ ଦ୍ୱିତୀୟ କୋଣାର୍କ ନିର୍ମାଣ କରାଯିବ । ସେଠାରେ ସମଗ୍ର ରାଜ୍ୟର ସମସ୍ତ ହସ୍ତଶିଳ୍ପୀମାନଙ୍କ ପ୍ରୟୋଗଶାଳାରେ ପରିଣତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ସ୍ତମ୍ବକାର ଡଃ ମିହିରପ୍ରତାପ ଦାସ, ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ନିଦେ୍ର୍ଦଶକ ହସ୍ତ ଓ କୁଟୀର ଶିଳ୍ପ ଶୀତିକାନ୍ତ ଷଢଙ୍ଗୀ, ହସ୍ତଶିଳ୍ପ କର୍ମଜୀବି ସଂଘର ସଭାପତି ପଶୁରାମ ବେହେରା, ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା ପ୍ରମୁଖ ଅତିଥି ଭାବରେ ଯୋଗଦେଇ କାରିଗରମାନଙ୍କର ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ସ୍ତରୀୟ ସମ୍ମିଳନୀ ଆୟୋଜନ ଜରିଆରେ ଶିଳ୍ପୀମାନଙ୍କୁ ଏକଜୁଟ କରାଯାଇ ସମସ୍ୟା ସଂପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଥିଲେ । ଯାଜପୁର ଜିଲାକୁ ହସ୍ତଶିଳ୍ପ ଜିଲା ଭାବରେ ଘୋଷଣା କରାଯିବାକୁ ଦାବି କରାଯାଇଥିଲା । ଏଥସହ ଜିଲାର ଲଳିତଗିରି ଓ ଶୁଖୁାାପଡା ଗ୍ରାମରକୁ ହସ୍ତଶିଳ୍ପୀ ଗ୍ରାମ ଭାବରେ ଘୋଷଣା ହୋଇସାରିଛି । ସଂପାଦକ ପ୍ରଶାନ୍ତ ବେହେରା ବିବରଣୀ ପାଠ, ଶିଳ୍ପୀ ମନୋଜ ନାଥ ଅତିଥି ପରିଚୟ ପ୍ରଦାନ, ବ୍ରହ୍ମାନନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ଶିଳ୍ପୀ କଳ୍ପତରୁ ମହାରଣା, ଦିନବଂଧୁ ମହାପାତ୍ର, ରାମଚନ୍ଦ୍ର ମହାରଣା, ଲିଙ୍ଗରାଜ ମହାରଣା, ଇନ୍ଦୁମତି ମହାରଣା, କଳିଙ୍ଗ ମହାରଣା, ପଦ୍ମ ଚରଣ ଓଝା, ବ୍ରହ୍ମାନନ୍ଦ ରାଉତ, ହରପ୍ରସାଦ ମହାରଣା, ରାଜେନ୍ଦ୍ର ମିଶ୍ର, ଗୋଲଖ ପାତ୍ର ପ୍ରମୁଖକୁ ଙ୍କ ସମ୍ବର୍ଦ୍ଧିତ କରାଯଇଥିଲା । କାରିଗରୀ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୮ଜଣ ଶିଳ୍ପୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସଂଘର ପକ୍ଷରୁ ମୁଖ୍ୟ ଅତିଥି ସାଂସଦ ମହାପାତ୍ର, ସମ୍ମାନୀତ ଅତିଥି ଡଃ ଷଢଙ୍ଗୀକୁ ସମ୍ବର୍ଦ୍ଧିତ କରାଯାଇଥିଲା । କାରିଗରମାନଙ୍କର ସଫଳତା ଓ ସମ୍ଭାବନାକୁ ନେଇ ରଚିତ ପୁସ୍ତକ ମୋ ହସ୍ତଶିଳ୍ପକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଦେଶାତ୍ମକବୋଧ ସଂଗୀତ ଓ ନୃତ୍ୟ ପରିବେଶଣ କରାଯାଇଥିôଲା । ସହିଦ୍ ଯବାନଙ୍କ ଉଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାରିଗର ସୁରେଶ ଗୁଇଁ, ଖଗେଶ୍ୱର ମଲିକ, ରଘୁନାଥ ସାହୁ, ଧୃବ ଚରଣ ପ୍ରଧାନ, ଦିପ୍ତିରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ହଜାରରୁ ଉର୍ଦ୍ଧ କାରିଗର ଯୋଗଦେଇଥିଲେ ।

Related Posts

About The Author

Add Comment