ଯାଜପୁର, ୧୭/୬(ସନ୍ଧାନ ନିୟୁଜ୍/ମାନସ ରାଉତ)-ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ପଟୁଣିଆ-ଖଡିଅଙ୍ଗ ରାସ୍ତାର ବଡ ଗେଙ୍ଗୁଟି ନଦୀ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଉକ୍ତ ସେତୁର କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକାସ୍ଥିତ ନିାର୍ବହୀ ଯନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟ ହୋଇଥିଲେ ହେଁ ଉଭୟ ପାଶ୍ୱର୍ର ଆପ୍ରଚ ରାସ୍ତା ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ବର୍ଷା ଯୋଗୁ ଭୁସୁଡି ପଡିଲାଣି । ସେତୁ ନିର୍ମାଣ ଓ ଆପୋ୍ରଚ ରାସ୍ତା ୧୦୭୬.୨ ଲକ୍ଷ ଅର୍ଥରାଶିର ଟେଣ୍ଡର ହୋଇ ଠିାକଦାର କାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟ ୩.୩.୨୦୦୦ରୁ ଆରମ୍ଭ ହୋଇ ୩୧.୦୩.୨୦୧୮ରେ ସରିବା ପାଇଁ ଠିକାଦାର ଏ.ଏମ.ଏସ. ପରିଡା କନଷ୍ଟ୍ରସନର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଏଗ୍ରିମେଂଟ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାର ସଲାସୁତରା କରି ଠିକ ଭାବରେ କାର୍ଯ୍ୟ ନକରି ଅର୍ଥରାଶିକୁ ତୋଷପାତ କରିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ସେତୁ ନିର୍ମାଣ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଘର ସହକାରୀ ଯନ୍ତ୍ରୀ ଓ ଜୁନିଅର ଇଂ ରହି ତଦାରଖ କରିବା କଥା । ଅଧିକନ୍ତୁ ସେଠାରେ ବିଭାଗୀୟ ଇଂଜିନିୟର ନରହି ଠିକାଦାର ନିଜ ଇଛା ଅନୁସାରେ କାର୍ଯ୍ୟ କରିଚାଲିଥିଲେ । ପ୍ରକାଶ ଥଅଉ କି ବଡ ଗେଙ୍ଗୁଟି ନଦୀର ଉଭୟ ପାଶ୍ୱର୍ରେ ଥିବା ଧର୍ମଶାଳକା ବ୍ଳକର ପଟୁଣିଆ, ହରିଚନ୍ଦ୍ନପୁର, ଜେମାଦେଇପୁର ଓ ବଡଚଣା ବ୍ଳକର ଖଡିଅଙ୍ଗ ଦକ୍ଷିଣକୂଳ ଗ୍ରାମବାସୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିମ୍ନମାନର କାର୍ଯ୍ୟ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ପକାଇ ନାହାନ୍ତି । ଜଣାପଡେ ଜାରକାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ନିାର୍ବହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଜୁନିୟର ଇଂଜିନିୟର ଦୁର୍ନୀତିରେ ବୁଡିରହି ସରକାରୀ ଅର୍ଥକୁ ତୋଷରପାତ କରି ଚାଲିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଆସନ୍ତା ୨୦୧୯ନିର୍ବାଚନ ବର୍ଷକୁ ଆଖି ଆଗରେ ରଖି ସେଥିକୁ ଉଦଘାଟନ କରିବାକୁ ବିଧାୟକ ପ୍ରୟାସ କରୁଛନ୍ତି ବୋଲି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହାର ତଦନ୍ତ କରାଯାଇ ତୋହରପାତରେ ଲିପ୍ତ ବିଭାଗୀୟ କର୍ମଚାରୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ନିକଟରେ ସାଧାରଣରେ ଦୃଢ ଦାବୀ ହୋଇଛି ।
ଯାଜପୁର: ଉଦଘାଟନ ପୂର୍ବରୁ ଖସିଲା ସେତୁର ଆପ୍ରୋଚ ରାସ୍ତା
|
June 17, 2018 |