ଯାଜପୁରର ବ୍ରାହ୍ମଣୀ କେଲୁଅ ନଦୀର ୭ଟିସ୍ଥାନରେ ଘାଇ, ଜଳଘେରରେ ଲକ୍ଷାଧିକ ଲୋକେ, ଉଦ୍ଧାର କାର୍ଯ୍ୟ ଜାରି

Spread the love

ଯାଜପୁର, ୨୮/୮ (ସନ୍ଧାନ ନିୟୁଜ/ଅରୁଣ ରଣା) ଯାଜପୁର ଜିଲ୍ଲରେ ବନ୍ୟ ପରିସ୍ଥିତ ଗମ୍ଭୀର ହେବାରେ ଲାଗିଛି । ଲଗାତାର ବର୍ଷ ଫଳରେ ବୈତରଣୀ ଏବଂ ବ୍ରାହ୍ମଣୀ ଏବଂ ତାର ଶାଖା ନଦୀରେ ଜଳସ୍ଥଳ ବୃଦ୍ଧି ପାଇବା ଫଳରେ ବିପଦ ସଙ୍କେତ ଉପରେ ଜଳ ପ୍ରଭାବିତ ହେଉଛି । ଇତି ମଧ୍ୟରେ ଆଜି ସକାଳୁ ୧୦ଟା ଭିତରେ ୭ଟି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ବହୁ ଗ୍ରାମ ଜଳଘେରରେ ରହିଥିବା ବେଳେ ଅନେକ ଗ୍ରାମର ଏବଂ ଗୃହପାଳିତ ପଶୁ ମାନେ ବିପଦରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଉଚ୍ଚ ଅଧିକାରୀ ଏବଂ ଓଡ୍ରାପ ଟିମ ଏବଂ ଦମକଳ ବାହିନୀ ପଂହଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସାନ ଗୋବିନ୍ଦପୁର ଏବଂ ସଫାରିବାଦରୁ ସକାଳୁ ତହସିଲଦାରଙ୍କ ତତ୍ୱାବଧାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାଭିତରେ ରୁଦ୍ରପୁର, ଖଣ୍ଡାସ, ବନ୍ଧଢ଼ିହ ମହାନ୍ତିସାହି, ଗୋଳକୁଣ୍ଡ ବଟମଙ୍ଗଳ ଏବଂ ଉଚ୍ଚବିଦ୍ୟାଳୟ ନିକଟରେ ସମେତ ଅନ୍ୟ କେତକ ସ୍ଥାନରେ ଘାଇ ସଷ୍ଟି ହୋଇଛି । ଫଳରେ ନଦୀ ଜଳ ବିଭିନ୍ନ ଗ୍ରାମରେ ପଶିବା ସହିତ ଖାଲୁଆ ଅଂଚଳରେ କେତକ ଘର ବୁଡିଯାଇଛି । ଅନେକ ସ୍ଥାନରେ ଲୋକମାନେ ବନ୍ଧ ଉପରେ ଆସି ରହିଥିବା ଦେଖିବାକୁ ମିଳିଛି । ସେହିପରି ଧର୍ମଶାଳା ଦେଓଦା କୁସ୍ତିରା ଏବଂ ଅନ୍ୟ ନଦୀ କୂଳିଆ ଅଂଚଳରେ ବନ୍ୟଜଳ ପ୍ରବେଶ କରିଛି । ଘାଇ ସୃଷ୍ଟି ଯୋଗୁ ବହୁ ଗ୍ରାମକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଅଧିକ ଓଡ୍ରାପ ଟିମ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି । ବନ୍ୟକୁ ଦୃଷ୍ଟିରେ ରଖି ପ୍ରଶାସନ ତିନିଦିନ ରିଲିଫ ଯୋଗାଇଦେବାକୁ ଜିଲ୍ଲାପାଳ ରଂଜନ କୁମାର ଦାଶ ନିର୍ଦ୍ଦେଶ ଦେଇଛନ୍ତି ।

Related Posts

About The Author

Add Comment