ଯାଜପୁରରେ ଅନେକ ବେଆଇନ୍ କଂସେଇଖାନା; ବାଲିଚନ୍ଦ୍ରପୁରରେ ବେଆଇନ୍ କଂସେଇଖାନାରେ ଗୋ ହତ୍ୟା ବେଳେ ଉତ୍ତେଜନା

Spread the love

ଯାଜପୁର ୧୧/୮ (ସନ୍ଧାନ ନିୟଜ) ଯାଜପୁରରେ ବଢ଼ୁଛି ବେଆଇନ୍ କଂସେଇଖାନା ବଢ଼ିବାରେ ଲାଗିଛି । ଫଳରେ ଦିନ ଦିପ୍ରୟରେ ସମସ୍ତ ଆଇନ୍ ଆକୁନ ଆଖିରେ ଆଙ୍ଗୁଳି ଗେଞ୍ଜି ଗାଇଗୁଡିକୁ ଅତି ନିର୍ମମଭାବେ ହତ୍ୟା କରାଯାଇ ତାର ମାଂସ ବିକି୍ର କରାଯାଉଛି । ଏପରକି ଗାଇ ମାନଙ୍କୁ ଚାଲାଣ କରିବା ସହିତ ତାର ମାଂସ ଚାଲାଣ କରାଯାଉଛି । ଏଥିନିମନ୍ତେ ଏକ ବଡଧରଡ ର୍ୟାକେଟ କାର୍ଯ୍ୟ କରୁଥିବା ବେଳେ ଏଥିରେ ନେତା, ମନ୍ତ୍ରୀ, ପୋଲିସ ଏବଂ ଦଲାଲ ସହିତ କିଛି ସାମ୍ବାଦିକ ମଧ୍ୟ ସାମିଲ ରହୁଥିବା ଜଣାପଡିଛି । ଫଳରେ ଏଠାରେ ଅଧିକରୁ ଅଧିକ କଂସେଇ ଖାନା ଗଢ଼ିଉଠୁଛି । ଧର୍ମଶାଳା ଥାନା ଅନ୍ତର୍ଗତ ନେଉଲପୁର ପଂଚାୟତ ଠାରୁୁ ଅନତି ଦୂରରେ ଏକ କଂସେଇଖାନା ରହିଥିବା ବେଳେ ଦିନ ରାତିରେ ମଧ୍ୟ ଏଠାରେ ଗୋହତ୍ୟା କରାଯାଉଛି । ଏପରକି ଏଭଳି ନୃସଂଶ କାର୍ଯ୍ୟ ସର୍ବସାଧରଣ ବସ୍ତି ଏବଂ ଗ୍ରାମ ଭିତରେ ଚାଲୁଥିବା ବେଳେ ନା ପଂଚାୟତର ସରପଂଚ ନା ସ୍ଥାନୀୟ ପୋଲିସ ଏହା ଉପରେ ରୋକ ଲଗାଉଛନ୍ତି । ଏପରକି ଅନେକ ସମୟରେ ଏଭଳି କଂସେଇଖାନାରେ ଷଣ୍ଢମାନଙ୍କ ଧରି ଆଣି ହତ୍ୟା କରାଯାଇନଥିବା ନଜରି ରହିଛି । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା
ସେହିଭଳି ବାଲିଚନ୍ଦ୍ରପୁର ଥାନା ଅଧିନସ୍ଥ ଚାରିନଙ୍ଗଳ, ନଳିପୁର ପତରାଜପୁର ରାସ୍ତା କଡରେ ନିକଟସ୍ଥ କଂସେଇଖାନାରେ ମାରି ବିକି୍ର କରୁଛନ୍ତି । ଏପରକି ଅନେକ ସମୟରେ ଛେଳି ମାଂସ ସାଥିରେ ଅନ୍ୟ ଧର୍ମର ଲୋକଙ୍କ ବିକି୍ର କରୁଥିବା ବଜରଙ୍ଗ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଗତକାଲି ରାତିରେ ଏଭଳି ଏକ ଗୋହତ୍ୟା କରାଯାଉ ମାଂସ କଟାଯାଉଥିବା ବେଳେ ସ୍ଥାନୀୟ ଅଂଚଳରେ ଉତ୍ଥେଜନା ଦେଖାଦେଇଥିଲା । ପରେ ବଜରଙ୍ଗଦଳ ପକ୍ଷରୁ ଏହା ଉପରେ ବାଲିଚନ୍ଦ୍ରପୁରରେ ଥାନାରେ ଏକ ଦାବିପତ୍ର ପ୍ରଦାନ କରିାଯିବା ସହିତ ଏଭଳି ବେଆଇନ୍ କଂସେଇଖାନବୁ ବନ୍ଦ କରିବା ଏବଂ ଏଥିରେ ନିୟୋଜିତ ସମସ୍ତ ଦୋଷୀ ବିରୁଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦଳର ପ୍ରମୁଖ ଦେବେନ୍ଦ୍ର କୁବାର ସାମଲ ଦାବି କରିଛନ୍ତି । ଏହା ବନ୍ଦ ନହେଲେ ଆଗମୀ ଦିନରେ ଥାନା ଆଗରେ ଧାରଣା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Related Posts

About The Author

Add Comment