ଯବାନଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ

ବାରିପଦା ୨/୮ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସାମାନ୍ୟ ବଚସାକୁ କେନ୍ଦ୍ର କରି ଯବାନଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ  ଆଦର୍ଶ ଥାନା ରାଇରଙ୍ଗପୁର ବସ୍‌ଷ୍ଟାଣ୍ଡରେ ଯବାନଙ୍କୁ ଜଣେ ବାଳକ ଭୁଜାଲି ରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ କେନ୍ଦୁଝର ଅଞ୍ଚଳର ଯବାନ ଦେବାଶିଷ ସୋରେନ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ରାଇରଙ୍ଗପୁର ସରକାରୀ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସେଠାରୁ ସମ୍ପର୍କୀୟମାନେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଛନ୍ତି । ତେବେ ଆସାମୀ ଜଣଙ୍କ ହେଲେ ରାଇରଙ୍ଗପୁର ୱାର୍ଡ଼ ନଂ ୩ ମନ୍ଦିର ସାହିର ଚନ୍ଦନ ବେହେରା(୨୮) । ପୂର୍ବରୁ ଆସାମୀଙ୍କ ନାମରେ ରାଇରଙ୍ଗପୁର ଟାଉନ ଥାନାରେ ଚୋରି, ମାରପିଟ ଅଭିଯୋଗମାନ ରହିଛି ।

    ସୂଚନା ଅନୁଯାୟୀ କେନ୍ଦୁଝରର ଯବାନ ଦେବାଶିଷ ଛୁଟି ନେଇ ଘରକୁ ଫେରୁ ଥିଲେ । ରାଇରଙ୍ଗପୁର ବସ୍ ଷ୍ଟାଣ୍ଡ ରେ ଜନୈକ ବାଳକଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାଡ଼ପିଟ୍ ଆରମ୍ଭ ହୋଇଥିଲା । ଏଥିରେ ଉଭ୍ୟକ୍ତ ହୋଇ ଅଭିଯୁକ୍ତ ଯୁବକ ଜଣକ ଦେବାଶିଷଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା । ଭୁଜାଲି ଚୋଟରେ ଦେବାଶିଷଙ୍କ ପିଠିରେ ଗଭୀର ଆଘାତ ଲାଗିଛି । ଏବଂ ଘଟଣାସ୍ଥଳେ ଆସାମୀ ଜଣକ ସାମାନ୍ୟ ଆହତ ହୋଇଛନ୍ତି ।

      ଖବରପାଇ ଟାଉନ ଥାନା ପୁଲିସ ଯବାନ ଦେବାଶିଷ ଓ ଆସାମୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ନାବାଳକ ଜଣକ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଥାନାରେ ଅଟକ ରଖୁ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଗୁରୁତର ଯବାନ ଦେବାଶିଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Related Posts

About The Author

Add Comment