ଯାଜପୁର, ୧୩/୦୨/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଯାଜପୁର ଥାନା ପୋଲିସକୁ ଏକ ସଫଳତା ମିଳିଥିବା ବେଳେ, ରାଜ୍ୟପଥ ମାନଙ୍କରୁ ମୋବାଇଲ ଗୁଡ଼ିକ ଲୁଟ କରି ଫେରାର ହୋଇଯାଉଥିବା ଏହି ଲୁଟେରା ମାନେ ଯାଜପୁର ପୋଲିସ ହାତରେ ଗିରଫ ହେବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ଏହି ଲୁଟେରା ମାନେ ଲୋକମାନଙ୍କୁ ପିଛାକରି ସେମାନଙ୍କ ଠାରୁ ମୋବାଇଲ ଗୁଡ଼ିକ ଲୁଟ କରି ଚମ୍ପଟ ମାରନ୍ତି ଯାହାକି ଯାଜପୁର ଟାଉନ ଥାନରେ ଅଭିଯୋଗ ହେବା ପରେ ଟାଉନ ଥାନା ଆଇଆଇସି ଅଜୟ ଜେନା ଏବଂ ଯାଜପୁର ପୋଲିସ ତିନିଜଣଙ୍କୁ ଗିରଫ କରିବା ସହିତ ସେମାନେ ହେଲେ ଦେବେନ୍ଦ୍ର ମହାନ୍ତି, ବିକ୍ରମ ନାୟକ, ବାମଦେବ ସାହୁ ବୋଲି ଜଣା ପଡ଼ିଚି । ଏହି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ପାଣିକୋଇଲ ଥାନା ନିକଟସ୍ଥ ବ୍ରଜରାଜ ନଗର ଗ୍ରାମର ଯାଜପୁରକୁ ଯାଉଥିବା ବେଳେ, ଆଙ୍କୁଲା ଷଠିପୁର ରାସ୍ତାର କମାଗଡ଼ ନିକଟରେ ଏହି ଲୁଟେରା ମାନେ କଳା ପଲସର ଗାଡ଼ିରେ ଆସି ଯାଜପୁର ଯିବା ପାଇଁ ପଚାରୁଥିବା ବେଳେ, ଏହି ଲୁଟେରା ମାନେ ଆସି ତାଙ୍କ ମୋବାଇଲ ନେଇ ଚମ୍ପଟ ମାରୁଥିଲେ । ଏହି ଘଟଣାକୁ ନେଇ ଲୋକମାନେ ଥାନାରେ ଅଭିଯୋଗ କରିବା ପରେ ଟାଉନ ଥାନା ଅଧିକାରୀ ଅଜୟ ଜେନା ତଦନ୍ତ କରି ଆସାମୀ ମାନଙ୍କୁ ଗିରଫ କିଥିଲେ । କେସ ନଂ ୪୨/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିଲା । ଏମାନଙ୍କୁ ଥାନା ଅଧିକାରୀ ଦେବନ୍ଦ୍ର, ବିକ୍ରମ ଏବଂ ବାମଦେବଙ୍କୁ ପଚାରିବାରୁ ସେମାନେ ମୋବାଇଲ ଲୁଟ କରିଥିବା ମାନିଯାଇଥିଲେ ଏବଂ ଏକ ବାଇକ ଯାଜପୁର ରୋଡ଼ରୁ ଚୋରୀ କରିଥିବା ମାନିଯାଇଥିଲେ । ବ୍ୟବହାର କରାଯାଉଥିବା କଳା ପଲସର ଗାଡ଼ିକୁ ଜବତ କରିବା ସହିତ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଚି ।
ମୋବାଇଲ ର୍ୟାକେଟ ଗିରଫ ବାଇକ ଜବତ
|
February 14, 2022 |
