ମୋଦିଙ୍କୁ ଅସଭ୍ୟ ଗାଳି କରିଥିବା ନେତାଙ୍କ ଜନ୍ମଦିନ ପାଳିଲେ ବିଜେପି ନେତା!

Spread the love

ଭୁବନେଶ୍ୱର (ସନ୍ଧାନ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି ଅସଭ୍ୟ ଭାବରେ ଗାଳି କରିଥିବା ନେତାଙ୍କ ଜନ୍ମଦିନ ପାଳିଛନ୍ତି ଓଡ଼ିଶା ବିଜେପି ନେତା ! ବିଜେପି, ମୋଦି, ଅମିତ ଶାହାଙ୍କୁ ଭିଭିନ୍ନ ସମୟରେ ଗାଳି କରି ହା .. ଥୁ .. କହି ଛେପ ପକାଉଥିବା କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏବେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସିଧାସଳଖ ଭାବରେ ଅନେକ ଗୁଡ଼ିଏ ଅରୁଚିକର ମନ୍ତବ୍ୟ ଦେଇ ଗାଳି କରିଛନ୍ତି। ମୋଦିଙ୍କ ଉଦ୍ଦେଶ୍ୟରେ ତୁ .. ତା .. କରି ଛୋଟ ପ୍ରଧାନମନ୍ତ୍ରୀ, ଅଲାଜୁକ ପ୍ରଧାନମନ୍ତ୍ରୀ, ମିନ୍ ମାଇଣ୍ଡ ପ୍ରଧାନମନ୍ତ୍ରୀ ଚିନି, ଚାମଚ ଘାଣ୍ଟି ଚା’ ଦେବା ଲୋକ, ହାତରୁ ବିଣ୍ଡି ଯାଇନି, ଏଡ଼େ ଛୋଟ ଲୋକ ତୁ .. କ’ଣ କରିଛୁ ବେ ଭାରତ ପାଇଁ? ତୋର ଦାନ କ’ଣ ବେ ଚା’ ବିକିବା ଲୋକ ତୁ? ହଇରେ ଚା’ ଦୋକାନୀ, କୃତଘ୍ନ, ଦେଶଦ୍ରୋହୀ, ଆବେ କୋଉ ଲୋକ ତୁ ବେ.. ଛୋଟ ଲୋକଟା ତୁ ବେ.. ପିଅନଠୁ ହୀନ.. ଏପରି କେତେ କଣ ଗାଳି ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସୁର ରାଉତରାୟ। କିନ୍ତୁ, ଆଶ୍ଚର୍ଯ୍ୟଜନକ କଥା ଓଡ଼ିଶା ବିଜେପି ପକ୍ଷରୁ ଏ’ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି, କି ଓଡ଼ିଶାର କେହି ତୁଙ୍ଗ ନେତୃତ୍ୱ ଏହା ବିରୋଧରେ ସେପରି କୌଣସି ମନ୍ତବ୍ୟ ଦେଇନାହାଁନ୍ତି! ଯେତେବେଳେ କି ଠିକ୍ ଏହି ସମାନ କଥା ଯଦି ଅନ୍ୟ କୌଣସି ରାଜ୍ୟରେ ଘଟିଥାଆନ୍ତା, ତେବେ ଏତେ ବେଳକୁ କେତେ କ’ଣ ପ୍ରତିକ୍ରିୟା ଦେଖିବାକୁ ମିଳି ସାରନ୍ତାଣି, ନୁହେଁ କି?

ଏଠି ସୁର ରାଉତରାୟଙ୍କ ବିରୋଧରେ ଓଡ଼ିଶା ବିଜେପି ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳିବ ବା କେମିତି? ଓଡ଼ିଶାରେ ତ’ ବିଜେପି ମାନେ ଧର୍ମେନ୍ଦ୍ର ଆଉ ଧର୍ମେନ୍ଦ୍ର ମାନେ ବିଜେପି! ଏଠି ଆରଏସଏସ, ବିଜେପି, ମୋଦି, ଶାହାଙ୍କୁ ଗାଳି କଲେ ଚଳିବ। କିନ୍ତୁ ସର୍ତ୍ତ, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରିବାର ଅଛି। ସୁର ତ’ ସେୟା କରୁଛନ୍ତି। ଆରଏସଏସ, ବିଜେପି, ମୋଦି, ଶାହାଙ୍କୁ ଗାଳି କରୁଛନ୍ତି ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଓଡ଼ିଶା ବିଜେପି ନେତାନେତ୍ରୀ ମାନଙ୍କୁ ବଡ଼ ଆନନ୍ଦ ଲାଗୁଛି! କାରଣ ଏଠି ଜଟଣୀ ବିଧାୟକ ସୁର ରାଉତରାୟ ବିଜେପି, ମୋଦୀ ଏବଂ ଅମିତ ଶାହାଙ୍କ ବିରୋଧରେ ଅନର୍ଗଳ କହି, ହା’ ଥୁ .. କରି ଛେପ ପକାଇ, ତେଣେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କଲେ ଓଡ଼ିଶା ବିଜେପିର କିଛି ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତା ଖୁସି ପ୍ରକଟ କରନ୍ତି। ସୁର ରାଉତରାୟଙ୍କର ଭିଡିଓରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଥିବା ପ୍ରଶଂସା ତକକୁ ସାଉଁଟି (କଟିଂ କରି) ସେମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବଡ଼ ଆନନ୍ଦ ପାଆନ୍ତି। ଏବେ ନଗଦ ଭାବରେ ସମାନ ଘଟଣା ଦେଖିବାକୁ ମିଳିଛି। ମୋଦି (ଭାରତର ପ୍ରଧାନମନ୍ତ୍ରୀ)ଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇ ଗାଳି କରିଥିବା ସୁର ରାଉତରାୟଙ୍କ ଜନ୍ମଦିନ ପାଳିଛନ୍ତି ବିଜେପି ନେତା। ଏସବୁ ଘଟଣାକୁ ଅନେକ ବିଜେପି ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ନାପସନ୍ଦ କରୁଥିଲେ ମଧ୍ୟ ସେମାନଙ୍କ ପାଖରେ ପ୍ରଶ୍ନ କରିବାର କିମ୍ୱା ପରିବାଦ କରିବାର ସ୍ୱର ଲିଭି ଯାଇଛି।

Related Posts

About The Author

Add Comment