ମୁକ୍ତିକାନ୍ତଙ୍କୁ ଅପମାନ ପ୍ରତିବାଦରେ ଜୁଏଲଙ୍କ କୁଶ ପୁତଳିକା ଦାହ

Spread the love

ରାଉରକେଲା  ୨/୭ (ସନ୍ଧାନ ନିଉଜ୍ ): ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅପମାନ କରିବା ଘଟଣାର ପ୍ରତିବାଦ କରିଛି ଫର୍ଟିଲାଇଜର ଟାଉନ କଂଗ୍ରେସ କମିଟି। ଏହି ଘଟଣାରେ ଜୁଏଲ ଓରାମଙ୍କୁ କଂଗ୍ରେସର ସମସ୍ତ ସଦସ୍ୟ ଦୃଢ ଭାବରେ ପ୍ରତିବାଦ କରିଥିଲେ। ପରେ ଫର୍ଟିଲାଇଜର ମା’ ମଙ୍ଗଳା ଗୋଲେଇ ଛକ ଠାରେ ରାତ୍ରୀ ପ୍ରାୟ ୮ଟାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଉକ୍ତ ପ୍ରତିବାଦ କାର୍ଯ୍ୟକ୍ରମ ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା ବେଳେ ଫର୍ଟିଲାଇଜର ଟାଉନ କଂଗ୍ରେସ କମିଟି ପକ୍ଷରୁ ଅଜୟ ମନ୍ତ୍ରୀ, ସୁବାସ ପାତ୍ର, ରାଜକିଶୋର ପରିଡ଼ା, ବନବାସ ସାହୁ, ଗୌରାଙ୍ଗ ଦାଶ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ବାସୁ ବାର୍ନାଜୀ, ସୌଭାଗ୍ୟ ସ୍ୱାଇଁ, ଦାମୋଦର ଧଳ, ରାଜୁ ଜୟପୁରିୟା, ସନ୍ତୋଷ ତନ୍ତୀ, ମହେଶ୍ୱର ବାଗ, ଅରୁଣ ଜୟପୁରିଆ, ସୁନୀଲ ବିଭାର, ପୂର୍ଣ୍ଣ ଓଝା, ବିଜୟ ବାଗ ପ୍ରମୁଖ ଉପସ୍ଥିତ ରହି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅମାନବୀୟ କାର୍ଯ୍ୟକୁ ଦୃଢ ଭାବରେ ନିନ୍ଦା କରିଥିଲେ।

Report by Amit Nayak

Related Posts

About The Author

Add Comment