ମୁକୁନ୍ଦପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଆଲୋଚନାଚକ୍ର।

Spread the love

ଜେନାପୁର, ୨୯/୧୨ (ସନ୍ଧାନ ନ୍ୟୁଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମପୁରସ୍ଥ ମୁକୁନ୍ଦପାତ୍ର ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ଯୁକ୍ତ କୁମାରେଶ କୁମାର ରାଉତଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଏକ ଦିବସୀୟ ଆଲୋଚନା ଚକ୍ର ରେ ମୁଖ୍ୟ ବକ୍ତା ଭାବେ ଜେନାପୁର ଡିଗ୍ରୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀ ଯୁକ୍ତ ଦାମୋଦର ପଣ୍ଡା ଯୋଗ ଦେଇ ରାଷ୍ଟ୍ର ଗଠନ ରେ ମହିଳା ମାନଙ୍କ ଅବଦାନ , ଗୁରୁତ୍ୱ ଓ ସେମାନଙ୍କର ଅଧିକାର ସମ୍ପର୍କରେ ବିସଦ ଭାବରେ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ର ରେ ମୁକୁନ୍ଦପାତ୍ର ଡ଼ିଗ୍ରୀ କଲେଜ ସମାଜ ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀ ଯୁକ୍ତ ପ୍ରସନ୍ନ କୁମାର ସ୍ୱାଇଁ ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ମୋନାଲିସା ଭୂୟାଁ, ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Related Posts

About The Author

Add Comment