ମିଳିଲାନି ଚିକିତ୍ସା, ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚାଲିଗଲା ୫ ବର୍ଷ ଶିଶୁକନ୍ୟାର ଜୀବନ

Spread the love
ଲକ୍ଷ୍ନୌ,ସେପ୍ଟେମ୍ବର ୧୩ (ସନ୍ଧାନ ନିଉଜ) ଚିକିତ୍ସାରେ ବିଳମ୍ବ ହେବାରୁ ଚାଲିଗଲା ଏକ ନୀରିହ ଜୀବନ । ଜଣେ ୫ ବର୍ଷର ଶିଶୁ କନ୍ୟା ଡେଙ୍ଗୁରେ ଆକ୍ରାନ୍ତ ଥିଲେ । ତାଙ୍କୁ ଠିକ ସମୟରେ ହସ୍ପିଟାଲେର ଆଡମିଟ ହୋଇନପାରିବାରୁ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଫିରୋଜାବାଦାର ଏକ ସରକାରୀ ହସ୍ପିଟାଲରେ ।

ସୂଚନା ଅନୁସାରେ , ଉକ୍ତ ଶିଶୁ କନ୍ୟା ଜେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳ ୮ଟାରେ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ହେଲେ ହସ୍ପିଟାଲରେତାଙ୍କୁ ଆଡମିନ କରାଇବାକୁ ପରିବାର ଲୋକ ଉପର ମହଲରୁ ତଳ ମହଲାକୁ ଧାଇଁବା କର୍ତ୍ତୃପକ୍ଷ ପରାମର୍ଶ ଦେଉଥିଲେ । ଏହାରି ଭିତରେ ସମୟ ବିତିବା ସହ ଶିଶୁକନ୍ୟାଟିର ତାପମାତ୍ର ବୃଦ୍ଧି ହେଉଥିଲା ।

ଶେଷରେ ଦିନ ୧୧ଟା ୩୦ରେ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା । ମାତ୍ର ଆଡମିଟ୍ ହେବାର ୧୦ ମିନିଟ ପରେ ଶିଶୁକନ୍ୟାଟି ସବୁଦିନ ପାଇଁ ଆଖି ବୁଜିଦେଇଥିଲେ । ସେପଟେ ମୃତ ଶିଶୁକନ୍ୟାର ଭଉଣୀ କହିଛନ୍ତି ଯେ, ଯଦି ଠିକ ସମୟରେ ଚିକିତ୍ସା କରାଯାଇଥାନ୍ତା ତେବେ ମୋ ଭଉଣୀର ଜୀବନ ରକ୍ଷା ହୋଇଯାଇଥାନ୍ତା । ହସ୍ପିଟାଲର କର୍ମଚାରୀଙ୍କୁ ସବୁକଥା କହିଥିଲୁ ହେଲେ ସେମାନେ ଧ୍ୟାନ ଦେଲେ ନାହିଁ ।

Related Posts

About The Author

Add Comment