ମା ସମ୍ବଲେଶ୍ଵରୀଙ୍କ ଧବଳମୁଖୀ ବେଶ

Spread the love

ସମ୍ବଲପୁର ତା:୦୬/୧୦/୨୦୨୧(ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ଆଜି ପବିତ୍ର ମହାଳୟା ଅମାବାସ୍ୟା ତିଥିରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀମା ସମ୍ବଲେଶ୍ଵରୀଙ୍କର ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଥାଏ। ମାଙ୍କର ଏହି ବେଶକୁ ଗଙ୍ଗା ଦର୍ଶନ କରିବା ସହିତ ତୁଳନା କରାଯାଏ।କରୋନା କଟକଣା ଯୋଗୁଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମାଙ୍କର ଦର୍ଶନ କୋଭିଡ଼ ଗାଇଡ୍ ଲାଇନ ଅନୁଯାୟୀ ସକାଳ ୬ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ଶ୍ରଦ୍ଧାଳୁମାନେ ବାରିକଡ଼ ବାହାରୁ ଦର୍ଶନ କରିବେ ଏବଂ ଧୂପ ଦୀପ ଜାଳି ପାରିବେ ନାହିଁ।ସକାଳୁ ସକାଳୁ ମାଙ୍କର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।

Related Posts

About The Author

Add Comment