ମା ମଙ୍ଗଳା ସୁନା ଦୋକାନ ମାଲିକକୁ ଆକ୍ରମଣ କରି ସୁନା ବ୍ୟାଗ୍ ଛଡାଇନେଲେ

Spread the love

ଯାଜପୁର, : ୧୨/୮/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲା ଏରବାଙ୍କ ପଞ୍ଚାୟତ ବାଙ୍କସାହି ନିକଟ ଇନ୍ଧାରାଇ  ରାସ୍ତାରେ ଗତକାଲି ରସୁଲପୁର ବ୍ଲକ ବନ୍ଧଡିହ ପଞ୍ଚାୟତର ମା ମଙ୍ଗଳା ସୁନାଦୋକାନର ମାଲିକ ବିଜୟ କୁମାର ସାହୁ ଏବଂ ତାଙ୍କ ସ୍ତ୍ରୀ କଲ୍ୟାଣୀ ସାହୁ ବହୁତ ଦିନ ହେଲା ଯାଜପୁର ସଦର ଥାନା ନିକଟସ୍ଥ ଶିବାଛକ ନିକଟରେ ମା ମଙ୍ଗଳା ସୁନା ଦୋକାନ କରି ବନ୍ଧଡିହ ଗ୍ରାମ ବିଜୟ ସାହୁ ସେଠାରେ ଦୋକାନ କରିଥିଲେ  ଗତକାଲି ବିଜୟ ଏବଂ ତାଙ୍କ ସ୍ତ୍ରୀ ସଂଧ୍ୟା ୬ଟା ୪୦ ମିନିଟରେ ଦୋକାନ ବନ୍ଦ କରି ସ୍ରୀଙ୍କ ସହିତ ମଟର ସାଇକେଲରେ ଆସୁଥିବା ବେଳେ ବାଙ୍କସାହି ନିକଟରେ ଦୁର୍ବୃତ୍ତ ମାନେ ପିଛି କରି ଆସୁଥିବା ବେଳେ ସ୍ୱାମୀ ଏବଂ ସ୍ତ୍ରୀ ଆକ୍ରମଣ କରି ବିଜୟଙ୍କ ସ୍ତ୍ରୀ ଦୁର୍ବୃତ୍ତ ମାନଙ୍କ ସହିତ ଧସ୍ତା ଧସ୍ତି କରିଥିଲେ । ବିଜୟଙ୍କ ସ୍ତ୍ରୀ ତଳେ ପଡିଯାଇଥିବା ବେଳେ ଦୁର୍ବୃତ୍ତ ମାନେ ପିସ୍ତଲରୁ ଫଲ୍ସ ଫାଇରିଙ୍ଗ କରି ସୁନା ବ୍ୟାଗକୁ ଛଡାଇ ନେବା ସହିତ ଦୁର୍ବୃତ୍ତମାନେ ଶିବା ଛକ ଦେଇ ପଳାଇ ଯାଇଥିଲେ । ଏହି ଘଟଣା ଜଣା ପଡିବା ପରେ ସଦର ଥାନା ଆଇଆଇସି ଯାଜପୁର ଏସ୍‌ଡିପିଓ ଘଟଣା ସ୍ଥଳରେ ପହଞ୍ଚି ଖୋକାକୁ ପୋଲିସ୍ ଜବତ କରିଥିଲା । ଆଜି ଆମ ଜିଲ୍ଲା ପ୍ରତିନିଧି ପହଞ୍ଚି ଲୁଟ୍ ହୋଇଥିବା ସଂପର୍କରେ ଆମ ପ୍ରତିନିଧି ଜାଣିବାକୁ ଯାଇଥିବା ବେଳେ ବିଜୟଙ୍କ ସ୍ତ୍ରୀ କଲ୍ୟାଣୀ ଏବଂ ବିଜୟ ଚୋରି ହୋଇଥିବା ସଂପର୍କରେ ସୂଚନା ଦେଇଥିଲେ । ଲୁଟ୍ ହୋଇଥିବା ୫୦ ଗ୍ରାମ୍‌ ସୁନା ୫କିଲୋ ରୁପା ଏବଂ ୫୦ ହଜାର ଟଙ୍କା ବିଜୟଙ୍କ ସ୍ତ୍ରୀ କଲ୍ୟାଣୀ କହିଥିଲେ । ଏ ନେଇ ଆମ ଜିଲ୍ଲା ପ୍ରତିନିଧି ଯାଜପୁର ଏସ୍‌ଡିପିଓ ପ୍ରସାନ୍ତ ମାଝୀଙ୍କୁ ପଚାରିବାରୁ ଚୋରି ହୋଇଥିବାର ଶ୍ରୀ ମାଝୀ କହିଥିଲେ । ଏନେଇ ସଦର ଥାନା ପୋଲିସ୍ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ଏହାର ତଦନ୍ତ ଦାୟିତ୍ଵ ଶ୍ରୀ ମାଝୀ ନେଇଥିବା ଜଣାଯାଇଛି । ତୁରନ୍ତ ଆସାମୀ ମାନଙ୍କୁ ଗିରଫ କରିବା ସହିତ ଚୋରି ହୋଇଥିବା ଜିନିଷକୁ ଉଦ୍ଧାର କରିବା ପାଇଁ ନ୍ୟାୟ ନ ନମିଳିଲେ ଏସ୍‌ପିଙ୍କ ଦ୍ଵାରସ୍ତ ହେବେ ବୋଲି କହିଛନ୍ତି । ଯାଜପୁର ଜିଲ୍ଲା ଏସପି ଏସଯୋସୋ ପ୍ରତାପ ସିମଲ ଲୋକ ମାନଙ୍କ ଧନ ଜୀବନ ରକ୍ଷା କରିବା ଲାଗି ଦାବି କରାଯାଉଛି ।

Related Posts

About The Author

Add Comment