ମା ଗୋକୁଳା ଦେବୀଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

Spread the love
  •  
  •  
  •  
  •  
  •  

ଛତିଆ, 23/02/2021 (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାର ଵନ୍ଦାଳୋ ଗ୍ରାମରେ ବିଶ୍ଵର କଲ୍ୟାଣ ନିମନ୍ତେ ଜଗତଜନନୀ ମହାମାୟୀ ମା ଗୋକୁଳା ଦେବୀଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି I ମାଘ ସପ୍ତମୀ ଠୁ ଆରମ୍ଭ ହୋଇ ନବମୀରେ ପୂର୍ଣ୍ଣାହୁତି ହୋଇଥିଲା ଏହି ବିଶ୍ଵ ଶାନ୍ତି ମହାଯଜ୍ଞ.ଗୋପୂଜା, ସୂର୍ଯ୍ୟପୂଜା, ଗିତାଯଜ୍ଞ, ଚଣ୍ଡିପାଠ ସହିତ ଯଶଶ୍ୱୀ ବ୍ରାହ୍ମଣ ମାନଙ୍କର ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା I ସାରା ପରିବେଶ.ଵିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ କରାଯାଇଥିଲା I ମାଙ୍କ ପୀଠରେ ହରିବୋଲ , ହୁଳହୁଳି ର ଧ୍ୱନିରେ ପବିତ୍ରମୟ ହୋଇ ଉଠିଥିଲା ସମଗ୍ର ପରିବେଶ.ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ମା’ଙ୍କ ସାନିଧ୍ୟ ଲାଭ କରିଥିଲେ I ପୂରାଣ ବର୍ଣ୍ଣିତ ମା ଗୋକୁଳା ଦେବୀ ଙ୍କ ଶରଣାପନ୍ନ ହେଲେ ବହୁ ଦୁରାରୋଗ୍ୟ ଭଲ ହୁଏ ଏବଂ ମାଆ ଙ୍କ ଚରୁଅର୍ଣ୍ଣ ରେ ଅପୁତ୍ରିକ ପୁତ୍ର ସନ୍ତାନ ଲାଭକରେ ବୋଲି କଥିତ ରହିଛି I ବନ୍ଦାଳୋ, ଓଲର ,ଗଣାସ ,ସାତଲଣ୍ଡା ଆଦି ଗ୍ରାମବାସୀ ମାନଙ୍କର ଉଦ୍ୟମରେ ମାଙ୍କ ଯଜ୍ଞ ସୁଚାରରୂପେ ସମ୍ପାଦାନ ହୋଇଥିଲା.ଶେଷରେ ଭକ୍ତମାନେ ପ୍ରସାଦ ସେବନ କରି ଆନନ୍ଦରେ ଘରକୁ ଫେରିଥିଲେ I

ଛତିଆରୁ ଉମାକାନ୍ତ ବେହେରାଙ୍କ ରିପୋର୍ଟ 

Related Posts

About The Author

Add Comment