ରାଉରକେଲା, ୨୦/୧୧(ସନ୍ଧାନ ନିୟୁଜ): ଜଣେ ମାଆ ଓ ବିବାହିତା ଝିଅଙ୍କୁ ୪୦ ଦିନ ନିଜ ଘରେ ବନ୍ଦୀ ରଖି ନିର୍ଯାତନା ଦେଉଥିବା ଭଳି ଅଭିଯୋଗ ପାଇଁ ଆଜି ଚର୍ଚ୍ଚାରେ ଅଛନ୍ତି ଅଶୋକ ମାହାନ୍ତି। ଏଭଳି ସଙ୍ଗୀନ ଅଭିଯୋଗ ରାଉରକେଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି
ସାରନଗରୀରେ ଥିବା ଏକ ଔଷଧ ଦୋକାନୀଙ୍କ ପତ୍ନୀ ମାଧବୀ(ଛଦ୍ମନାମ) ତିନି ମାସ ତଳେ ରାସନ୍କାର୍ଡ଼ ସଂଶୋଧନ କରିବା ପାଇଁ ପଞ୍ଚାୟତ ଅଫିସ୍ ଯାଇଥିଲେ। ସେଠାରୁ ଘରକୁ ଚାଲି ଚାଲି ଫେରୁଥିବା ବେଳେ ତାଙ୍କ ସହ ବାସନ୍ତି କଲୋନୀର ଅଶୋକ ମହାନ୍ତିଙ୍କର ଦେଖାହୁଏ। ଆଉ ତା’ପରେ ଅଶୋକ ନିଜକୁ ଜଣେ ପରିଚୟ ଦେଇଥିଲେ। ଚାହିଁଲେ ସବୁ କାମ କରିଦେବି ବୋଲି ମାଧବୀଙ୍କୁ କହିଥିଲେ ଅଶୋକ। ଆଉ ତାଙ୍କ କଥାକୁ ମାଧବୀ ବିଶ୍ୱାସ କରି ନିଜ ସ୍ୱାମୀଙ୍କ ସହିତ ପରିଚିତ କରାଇ ଥିଲେ।ଦିନ ହଠାତ୍ ମାଧବୀଙ୍କ ମାଆଙ୍କୁ ତାଙ୍କ ବାପା ମାଡ଼ ମାରିଥିଲେ। ଏହା ପରେ ମାଧବୀଙ୍କ ରାଉରକେଲା ଚାଲି ଆସିଥିଲେ। ତେବେ ମାଧବୀଙ୍କ ମାଆ ରାଉରକେଲା ଆସୁଥିବା ଜାଣିପାରି ଅଶୋକ ରାଉରକେଲା ଷ୍ଟେସନ୍ରୁ ତାଙ୍କ ବାସନ୍ତୀ କଲୋନୀ ସ୍ଥିତ ନିଜ ଘରକୁ ନେଇ ଯାଇଥିଲେ। ପରେ ମାଅଙ୍କୁ ଭେଟିବା ପାଇଁ ମାଧବୀଙ୍କୁ ମଧ୍ୟ ଅଶୋକ ନିଜ ଘରକୁ ଡାକିଥିଲେ। ମାତ୍ର ସେ ରାଜି ନହେବାରୁ ନାନା ଧମକ ଚମକ ଦେଇଥିଲେ । ତୋ ମାଆ, ସ୍ୱାମୀ, ଦିଅରକୁ ମାରିଦେବି ଓ ଝିଅକୁ ଦୁଷ୍କର୍ମ କରିଦେବି ବୋଲି ଅଶୋକ ଧମକ ଦେଇଥିଲେ। ଯେଉଁଥିପାଇଁ ଜୀବନ ବିକଳରେ ଅଶୋକଙ୍କ ଘରକୁ ମାଧବୀ ଧାଇଁ ଆସିଥିଲେ।
ଅଶୋକଙ୍କ ଘରେ ପହଞ୍ଚିବା ପରେ ମାଧବୀଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଉଭୟ ମାଧବୀ ଓ ତାଙ୍କ ମାଆଙ୍କୁ ଅଶୋକ ମାଡ଼ ମ।ରିବା ସହ ଅସଦାଚରଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏପରିକି ଉଭୟ ମାଆ ଓ ଝିଅଙ୍କୁ ଅଶୋକ ଖାଦ୍ୟପେୟ ବି ଦେଉନଥିଲେ। ଏମିତି ଦୀର୍ଘ ୪୦ ଦିନ ଧରି ବିତିଥିଲା ଏକ ଅନ୍ଧାରୀ କୋଠରୀରେ ମାଆ ଓ ଝିଅଙ୍କ ଜୀବନ।ଏସ୍ପି ଘଟଣାରେ ହସ୍ତକ୍ଷେପ କରି ଉଦିତନଗର ଥାନା ପୁଲିସକୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଲିସ ଅଶୋକଙ୍କ ଘରୁ ମାଆ ଓ ଝିଅଙ୍କୁ ଉଦ୍ଧାର କରି ବୟାନ୍ ରେକର୍ଡ଼ କରିଛି। ସେପଟେ ଅଶୋକ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।



