ମାନବ ସେବା ହିଁ ମାଧବ ସେବା

Spread the love

ବାରିପଦା, ୨୦/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)ଏମିତି ବହୁତ କମ ଲୋକ ଜନ୍ମ ହୋଇଥାନ୍ତି, ଯୋଉମାନେ ନିଜ ପରିବାର କଥା ବୁଝି ସାରି ବି ଅନ୍ୟ ମାନଙ୍କ ପାଇଁ ବି ସମୟ ବାହାର କରିଥାନ୍ତି। ସେ ହସ୍ପିଟାଲ ରେ ପଡ଼ିଥାଉ,କି କୋଉ ଗାଁ ରେ କାହାର ଘର ପଡିଗଲା,କିଏ ଖାଇବାକୁ ପାଉନି,କାହାର ମେଡିକାଲ ସୁବିଧା ସବୁବେଳେ ଭଗବାନ ଙ୍କ ଦେବଦୂତ ସାଜି ପାଖରେ ଛିଡା ହୋଇ ଥାଆନ୍ତି।କାହାକୁ ନିରାଶ କରି ନଥାନ୍ତି। ନିଜ ସାଧ୍ୟମତେ ସାହାଯ୍ୟ ର ହାତ ବଢାଇ ଦିଆନ୍ତି କୁସିରେ ଖୁସିରେ। ପଚାରିଲେ କୁହନ୍ତି ଭଗବାନ ତ ଦେଉଛନ୍ତି। ଅନ୍ୟମାନଙ୍କ ପାଇଁ ସାହାଯ୍ୟ କଲେ କଣ ସାରିଯିବ। ବରଂ ଭଗବାନ ତୁମ ଉପରେ ଖୁସିହେବେ। ଜୀବନସାରା ସେ ସେଇ ଗୋଟେ କଥା କହୁଥିଲେ,ଯେତିକି ପାରିବ ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଠା କର,ଦେଖିବ ସେମାନଙ୍କର ଆଶୀର୍ବାଦ ଭଲପାଇବା ତୁମ ପାଇଁ ତଥା ତୁମ ପରିବାର ପାଇଁ କେତେ ମଙ୍ଗଳ ହେବ ଅନେକ ସାଂସ୍କୃତିକ,ଧର୍ମୀୟ ଅନୁଷ୍ଠାନ ସହ ଜୀବନ ସାରା ଜଡିତ ହୋଇ ରହିଥିଲେ, ମେଡିକାଲ ରେ କିଏ ଆସିଲେ ଔଷଧ ପାଇଁ ଧାଇଁ ଆସେ ଆଉ କିଏ ଡାକ୍ତର ବାବୁଙ୍କୁ ଟିକେ କହି ଦେବାକୁ ତ ଆଉ କିଏ ବ୍ଲଡ଼ ପାଇଁ ଧାଇଁ ଆସିଥାନ୍ତି। ଯେତେ ରାତି ହଉ ପଛେ ହସ୍ପିଟାଲ କୁ ପ୍ରେତ୍ୟକ ଦିନ ଯାଇଥାନ୍ତି। ହାତରେ ଫଳ ବିସ୍କୁଟ। ଏମିତି ଏକ ନିଆରା ମଣିଷ ଟିଏ। ହସ ହସ ମୁହଁରେ ସମସ୍ତଙ୍କ ସହ କଥା ହୁଅନ୍ତି। ରାତି ଅଧରେ ଦୋକାନ ଖୋଲି ଯାହାର ଯାହାର ଦରକାର ହୋଇଥାଏ,କାଢି ଦିଅନ୍ତି। ଲୁଗା ବ୍ୟବସାୟ କରୁଥାଇ ପାରନ୍ତି ସତ, ହେଲେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହିସାବରେ କେବେ କାହା ଆଗରେ ବଡିମା ଦେଖାଇ ହୁଅନ୍ତି ନାହିଁ। ବରଂ ଜଣେ ସାଧାରଣ ମଣିଷ ଟିଏ ପରି ନିଜର ପରିଚୟ ବାଢ଼ନ୍ତି। ସେ ଆଉ କେହି ନୁହନ୍ତି,ଆମ ବାରିପଦା ସହର ର ଦ୍ରୌପଦୀ ବସ୍ତ୍ରାଳୟ ର ପ୍ରତିଷ୍ଠାତା ଶ୍ରୀ ବଲ୍ଲଭ ଚରଣ ସାହୁ। ଆଉ ଆମ ଗହଣରେ ନାହାନ୍ତି। ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। 10/9/20 ଅପରାହ୍ନରେ ତାଙ୍କର ଦୁଃଖଦ ମୃତ୍ୟ ଘଟିଥିଲା । ଦଶାହ କ୍ରିୟା ରେ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ରୋଜ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ର କର୍ମଚାରୀ ଓ ପିଲାମାନ ଙ୍କ ଦ୍ଵାରା  ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛନ୍ତି  ।

Related Posts

About The Author

Add Comment