ମାନବାଧିକାର ସଂପର୍କିତ ଜିଲାସ୍ତରୀୟକାର୍ଯ୍ୟାଳୟ ଓ ଅଭିଯୋଗ ସେବା କେନ୍ଦ୍ର ଉଦ୍‌ଘାଟିତ

Spread the love
  •  
  •  
  •  
  •  
  •  

ବାରିପଦା, ୧୨.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)-ମାନବାର ସଂପର୍କିତ ମୟୁରଭଞ୍ଜ ଜିଲାସ୍ତରୀୟ କାର୍ଯ୍ୟାଳୟ ଓ ଅଭିଯୋଗ ସେବା କେନ୍ଦ୍ର‌ ରବିବାର ସ୍ଥାନୀୟ ମୁର୍ଗାବାଡିଠାରେ‌ ଉଦ୍‌ଘାଟିତ ହୋଇଯାଇଛି । ସଂଗଠନର ଜିଲା ସଂଯୋଜକ ତପନ କୁମାର ପତିଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅବସରରେ ଜିଲାସ୍ତରୀୟ ଯୋଜନା ଓ କାର୍ଯ୍ୟକାରୀ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଦ୍ଯୁମାନ ରାଇଟ୍ ଫଣ୍ଟ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ଜାତୀୟ ମାନବାଧୂକାର ଆୟୋଗର କୋର ଗ୍ରୁପର ସଦସ୍ୟ ମନୋଜ ଜେନା, ସଂଗଠନର ରାଜ୍ୟ ଆବାହକ ତଥା ବରିଷ୍ଠ ଆଇନଜୀବୀ ରାଜୀବ ପଟ୍ଟନାୟକ, ରାଜ୍ୟ ସଂଯୋଜକ ରମେଶ ଭାରତୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ସାଧାରଣ ଲୋକଟି ବଂଚିବା ପାଇଁ ତାର ମାନବାଧିକାର ସୁରକ୍ଷା ଜରୁରୀ ଅଟେ । ଆଜିର ଦିନରେ ସବୁ କ୍ଷେତ୍ରରେ ମାନବାଧୁର ଧୂଣ୍ଠ ହେଉଛି । ବିଶେଷ କରି ଶିକ୍ଷା ଅଧିକାର,  ଖାଦ୍ୟ ଅଧୁକାର, ଗୃହ ଅଧୁକାର, ମହିଳା ଅଧିକାର, ଶିଶୁ ଅଧିକାର ଆଦି ଅନେକ ରହିଛି । ଏଥୁରେ ବହୁ ଲୋକ ନିଜର ଅତ୍ୟାବଶ୍ୟକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଏହାକୁ ନଜରରେ ରଖ୍ ଜିଲା ସଂଗଠନକୁ ଆହୁରି ଅଧିକ କ୍ରିୟାଶୀଳ କରିବା ଉଚିତ ବୋଲି ଅତିଥିମାନଙ୍କ ଦ୍ବାରା ମତବ୍ୟକ୍ତ କରାଯାଇଛି । ଏଣୁ ମାନବାଧିକାର ଉଲ୍ଲେଘନର ଅଭିଯୋଗ ନେଇ ପ୍ରତି ଜିଲା ଏବଂ ବ୍ଲକସ୍ତରର ହେଉଥିବା ଅଭିଯୋଗ କେନ୍ଦ୍ର ମାଧ୍ୟମରେ ତ୍ଵରିତ ଶୁଣାଣି ହେବ ଏବଂ ଏହାର ଲାଘବ ପାଇଁ ବିହୀତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।  ଆଗାମୀ ଦିନରେ ମୟୂରଭଞ୍ଜ ଜିଲାରେ ଏକ ରାଜ୍ୟସ୍ତରୀୟ ମାନବାଧୂକାର କର୍ମଶାଳା କରାଯିବାର କାର୍ଯ୍ୟକ୍ରମ ରହିଥିବାର ସଂଗଠନର ରାଜ୍ୟ ଅଧ୍ୟକ୍ଷ ଶ୍ରୀଜେନା ସୂଚନା ଦେଇଥିଲେ। ଶେଷରେ ଯୁବ ଆଇନଜୀବୀ ସମରଜିତ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏଥିରେ ଡା. ଧୁବଚରଣ ପ୍ରଧାନ, ଶିକ୍ଷାବିତ ରତନ ପ୍ରସାଦ ହାଁସଦା, ସୁବ୍ରତ ପ୍ରଧାନ, ସୁବ୍ରତ କୁମାର ପଲେଇ, ସଂଯୁକ୍ତା ସେଜପଡ଼ା, ସୁଶୀଳା ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ। ଏଥର ୮ଟି ବ୍ଳକର ୩୦ ମାନବାଧିକାର କର୍ମୀ ଆଲୋଚନାରେ ଅଂଶ କରିଥିଲେ।

Related Posts

About The Author

Add Comment