ଭୁବନେଶ୍ୱର,୧୪/୦୪ (ସନ୍ଧାନ ନିୟୁଜ) କରୋନା ଜୀବାଣୁ ମହାମାରୀକୁ ଦୂର କରିବା ପାଇଁ ପ୍ରୟାସ ଚାଲିଛି। ଏହି ସମୟରେ କରୋନା ବିରୁଦ୍ଧରେ ଯୁଦ୍ଧ କରୁଥିବା ‘କରୋନା ୱାରିୟର୍ସ’ ସମ୍ପର୍କରେ ସରକାର ଅନେକ ଘୋଷଣା କରିଛନ୍ତି। କରୋନା ୱାରିୟର୍ସ ପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କା ଚିକିତ୍ସା ବୀମା ଘୋଷଣା କରିଛନ୍ତି। ବାସ୍ତବରେ, ସରକାରଙ୍କ ଏହି ବୀମାର ଲାଭ ୨୦ ଲକ୍ଷ ମେଡିକାଲ କର୍ମଚାରୀ ଏବଂ କରୋନା ଯୋଦ୍ଧାଙ୍କୁ ମିଳିବ ଯାହାକି କୋରୋନା ବିରୋଧରେ ଯୁଦ୍ଧରେ ସଂଗ୍ରାମ କରୁଥିବା ଆଶା କର୍ମଚାରୀ, ପରିମଳ କର୍ମଚାରୀ, ମେଡିକାଲ ଏବଂ ପାରା-ମେଡିକାଲ କର୍ମଚାରୀଙ୍କୁ ପ୍ରଦାନ କରାଯିବ।
ଏଥି ସହିତ ଘରୋଇ ଲ୍ୟାବ ଏବଂ ଡାକ୍ତରଖାନାରେ ହେବାକୁ ଥିବା କରୋନା ପରୀକ୍ଷା ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କରାଯିବ। ଅର୍ଥାତ୍ ଏହି ଯୋଜନାରେ ଆୟୁଷ୍ମାନ ଭାରତ ଯୋଜନା ହିତାଧିକାରୀମାନଙ୍କର ମାଗଣା ପରୀକ୍ଷା କରାଯିବ ଏବଂ ଏହା ଦ୍ୱାରା ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ। ଏହା ବ୍ୟତୀତ ଅନେକ ରାଜ୍ୟ କରୋନା ଯୁଦ୍ଧ ସହ ଜଡିତ କର୍ମଚାରୀଙ୍କୁ ବୀମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।