ବୈପାରିଗୁଡା, ୮/୩ (ସନ୍ଧାନ ନିୟୁଜ) କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ମାଟ୍ରିକ ପରୀକ୍ଷା ଆଜି ସମାପ୍ତ ହୋଇଯାଇଛି ।ଏଥି ନିମନ୍ତେ ପରୀକ୍ଷା କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଆଜି ଶେଷ ଦିନରେ ଛାତ୍ର ଛାତ୍ରୀ ମାନେ Social Science ବିଷୟ ଉପରେ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମୋଟ ୩୬୫ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୩୬୧ ଜଣ ଉପସ୍ଥିତ ରହି ଥିବା ବେଳେ ୪ ଜଣ ଛାତ୍ରଛାତ୍ରୀ କୌଣସି କାରଣ ବଶତଃ ଆସିପାରିନଥିଲେ ଯାହା ଫଳରେ କି ମୋଟ ୩୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ସକ୍ଷମ ହୋଇପାରିଥିଲେ ।ବୈପାରିଗୁଡା ତହସିଲଦାର ଦାଇତ୍ଵ ରେ ଥିବା ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ ତଦାରଖ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ ଘୁରିବୁଲୁଥିବା ଦେଖିବାକୁ ମିଳିଛି ।ମାଟ୍ରିକ ପରୀକ୍ଷା ଆଜି ସରିଥିବା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ଉତ୍ସାହ କହିଲେ ନ ସରେ ।ଆଗକୁ ପରୀକ୍ଷା ଫଳ ଅପେକ୍ଷା ରେ ଛାତ୍ର ଛାତ୍ରୀ । ରିପୋର୍ଟ – ସରୋଜ କୁମାର ଲେଙ୍କା । ବୈପାରିଗୁଡା ।
ମାଟ୍ରିକ ପରୀକ୍ଷା ଆଜି ସମାପ୍ତ
|
March 8, 2019 |
