ମାଟିରାସ୍ତା ଟି ରେ ଲୋକେ ଯିବା ଆସିବା କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ଼, ତା:୧/୯/୨୦୨୪ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଦେଶ ସ୍ୱାଧୀନ ହେବା ଆଜକୁ ୭୭ ବର୍ଷ ବିତିଗଲା ହେଲେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଅନେକ ଗ୍ରାମାଞ୍ଚଳ ରେ ଲୋକେ ଲାଭ ପାଉଥିବା ବେଳେ ଅନେକ ଅଞ୍ଚଳ ଏବେ ମଧ୍ୟ ଅନ୍ଧାର ଘେରରେ ଥିବା ଦେଖିବାକୁ ମିଳୁଛି । ରାଜ୍ୟ ର କୋଣ ଅନୁକୋଣ କୁ ଅନୁମାନ କରି ଦେଖିଲେ ସମସ୍ୟା ଆଉ ସମସ୍ୟା ଭରି ରହିଛି l କେତେକ ଏମିତି ଗ୍ରାମାଞ୍ଚରେ ଆଜି ପର୍ଯ୍ୟନ୍ତ ପ୍ରଶାସନ ର ନଜର ପଡିପାରୁ ନି l କେଉଁଠି ପୋଲ ଭାଙ୍ଗିଛି ତ କେଉଁଠି ମାଟିରାସ୍ତା ଅଛି କିନ୍ତୁ ବର୍ଷା ଦିନେ କାଦୁଅ ରେ ଭରି ରହିଛି l ଏ ସବୁ ଦୃଶ୍ୟ ଗୁଡିକୁ ବାରମ୍ବାର ଗଣମାଧ୍ୟମରେ ପ୍ରସାରଣ କରି ଜଣାଇବା ପରେ ମଧ୍ୟ ପ୍ରଶାସନ ର ନଜର ପଡ଼ୁ ନ ଥିବା ଜନ ସାଧାରଣ ରେ ଦୁଃଖ ର କାରଣ ପାଲଟିଛି l ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କରୁଆ ବାହାଲ, ବ୍ରାହ୍ମଣି କୁଦର ରୁ ତେଲିଜୋର କୁ ଯାଇଥିବା ମାଟିରାସ୍ତା ଟି ରେ ଲୋକେ ଯିବା ଆସିବା କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ସାମନା କରିବାକୁ ପଡୁଛି l ଏ ରାସ୍ତା ରେ ପ୍ରତିଦିନ ଟ୍ରାକ୍ଟର ତଥା ଅନ୍ୟ ଭାରିଯାନ ଦ୍ୱାରା ନଦୀରୁ ବାଲି ବୋଝେଇ କରି ନେଉଥିବା ଯୋଗୁଁ ରାସ୍ତା ଗାଢ଼ ହୋଇ ବର୍ଷା ଦିନେ ଗାଢ଼ ରେ ପାଣି ମାଡି ରହି କାଦୁଅ ହୋଇଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି l ବାଲିରୁ ସରକାର କୋଟି କୋଟି ଟଙ୍କା ଟିକସ ଆଦାୟ କରୁଛି ସତ ହେଲେ ଲୋକଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରୁଥିବା ବେଳେ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି ।ଅତି ଶୀଘ୍ର ଏ ରାସ୍ତା ପ୍ରତି ଧ୍ୟାନ ଦେଇ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଏଠାକାର ଜନସାଧାରଣ ଅନୁରୋଧ କରିଛନ୍ତି l

Related Posts

About The Author

Add Comment