ମହିଳାଙ୍କ ହତ୍ୟା ସନେ୍ଧହ ଘେରରେ

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୧୨/୦୧/୨୧ (ସନ୍ଧାନ ନିଉଜ) : ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତର ବ୍ରହ୍ମବରଦା ଗ୍ରାମରେ ଏକ ବିବାହିତା ମହିଳା ରସି ଦେଇ ଆତ୍ମହତ୍ୟା କରିବା ଘଟଣା ସନେ୍ଧହ ଘେରରେ ରହିଚି । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମବରଦା ଗ୍ରାମର ବିଜୟ ବେହେରାଙ୍କ ସ୍ତ୍ରୀ ଜୟନ୍ତି ବେହେରା ଦୋତାଲା ଘର କୋଠା ଭିତରେ ରସି ଦେଇ ଆତ୍ମହତ୍ୟା କରିଥିବା ବିଜୟଙ୍କ ପରିବାର କହୁଥିବା ବେଳେ, ମୋ ଝୀଅକୁ ମାରି ଦିଆଯାଇଚି ବୋଲି ଜୟନ୍ତିର ବାପା ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆପାଳ ଗ୍ରାମର ନୃସିଂହ ପାତ୍ରଙ୍କ ବଡ଼ ଝୀଅ ଜୟନ୍ତୀକୁ ବୈଦିକ ମତେ ବିଜୟ ବିହାହ କରିଥିଲେ । ବିଜୟ ଘରେ ନଥିବା ସମୟରେ ଜୟନ୍ତୀ ଝୀଅକୁ ସ୍କୁଲ୍କୁ ପଠାଇ ଘରେ କେହି ନଥିବାର ସୁଯୋଗ ନେଇ ରସି ଦେଇ ଆତ୍ମହତ୍ୟା କରିବା ଘଟଣାକୁ ଜୟନ୍ତୀର ବାପା ନୃସିଂହ ପାତ୍ର ଏହାକୁ ଅସ୍ୱିକାର କରିଛନ୍ତି । ମୋ ଝୀଅକୁ ପରିବାର ଲୋକମାନେ ମାରିଦେଇ ଟାଙ୍ଗିଦେଇଛନ୍ତି ବୋଲି ବ୍ରହ୍ମବରଦା ଫାଣ୍ଡିରେ ନୃସିଂହ ପାତ୍ର ଅଭିଯୋଗ କରିଛନ୍ତି । ଜୟନ୍ତୀର ସ୍ୱାମୀ ବିଜୟ ବେହେରା ହତ୍ୟା ଘଟଣାକୁ ଅସ୍ୱିକାର କରିବା ସହିତ ଜୟନ୍ତୀର ମାନସିକ ଅବସ୍ଥା ଠିକ୍ ନଥିବାରୁ ମୁଁ ତାକୁ କଟକ ମେଡିକାଲରେ ଚିକିତ୍ସା କରୁଥିଲି ବୋଲି ଆମ ପ୍ରତିନିଧିଙ୍କୁ ବିଜୟ ସୂଚନା ଦେଇଛନ୍ତି । ଆତ୍ମହତ୍ୟା କରିବା ଘଟଣାକୁ ନେଇ ଜୟନ୍ତୀର ସ୍ୱାମୀ ବିଜୟ ବେହେରା ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଥିବା ବେଳେ, ଜୟନ୍ତୀର ବାପା ମୋ ଝୀଅକୁ ମାରିଦେଇଥିବା ବ୍ରହ୍ମବରଦା ଫାଣ୍ଡିରେ ବିଜୟଙ୍କ ପରିବାରଙ୍କ ନାମରେ ଏତଲା କରିଛନ୍ତି । ଯାହାକି ବ୍ରହ୍ମବରଦା ଫାଣ୍ଡି ପୋଲିସ ଜୟନ୍ତୀର ଶବକୁ ଜବତ କରି ପୋଷ୍ଟ ବଟମ ପାଇଁ ବଡ଼ଚଣା ମେଡିକାଲକୁ ପଠାଇଥିବା ଦେଖିବାକୁ ମିଳିଚି । ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଦୁଇଟି ମାମଲା ରୁଜୁ କରିଥିବା ଜଣାଯାଇଚି । ବିଜୟ ଫାଣ୍ଡିରେ ଅଟକ ରଖି କିପରି ଜୟନ୍ତୀ ମଲା ବୋଲି ପଚରା ଉଚରା କରୁଥିବା ବେଳେ, ବ୍ରହ୍ମବରଦା ପୋଲିସ ପକ୍ଷରୁ ତଦନ୍ତ ଚାଲୁ ରହିଚି । ପୋଷ୍ଟ ବଟମ ରିପୋର୍ଟ ଆସିଲେ ଆତ୍ମହତ୍ୟା କରିଛି ନାଁ ତାକୁ ମାରି ଦିଆଯାଇଚି ତହା ଜଣାପଡ଼ିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।

Related Posts

About The Author

Add Comment