ମହାମାରୀର ବିଶଲ୍ୟାକରଣୀ ହେବକି ବୁରାନ୍ସ

Spread the love

ଅରୁଣ କୁମାର ତ୍ରିପାଠୀ

ରୋଜାଲିନ୍ ମହାପାତ୍ର

ବୁରାନ୍ସ ପୁଷ୍ପ ବର୍ତ୍ତମାନ ଅନେକ ସ୍ଥାନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି , କରୋନା ମହାମାରୀକୁ ପରାସ୍ତ କରିବା ଭଳି ଔଷଧିୟ ତତ୍ତ୍ୱ ଯାହା ଏହି ପୁଷ୍ପରୁ ମିଳୁଛି । ଏହାର ବୈଜ୍ଞାନିକ ନାମ ରୋଡ୍ୟୁଡ୍ରେନ୍ ଡ୍ରନ । ଏହା ଏକ ଚିର ସବୁଜ ଯୁକ୍ତ ଉଦ୍ଭିଦ ଜଉଥିରେ ଗାଢ ଲାଲ ଫୁଲ ପ୍ରସ୍ଫୁଟିତ ହୁଏ । ଏହା ଗ୍ରୀକ  ଶବ୍ଦ ‘ରୋଢ’ ଏବଂ ଡେନ୍ ଡ୍ରୋନ୍ ରୁ ଆନୀତ ଯାହାର ଅର୍ଥ ଯଥାକ୍ରମେ ଗୋଲାପ ଏବଂ ବୃକ୍ଷ । ଗିନିଜ ବୁକ୍ ଅଫ୍ ରେକର୍ଡରେ ଏହା ପୃଥିବୀର  ଉଚ୍ଛତମ ରୋଡ୍ୟୁଡେଣ୍ତ୍ରନ୍ ଭାବେ ଲିପିବଦ୍ଧ ହେଇଅଛି ।ଏହାର ଧାର୍ମିକ ତଥା ଔଷଧିୟ ଗୁଣକୁ ସ୍ୱୀକୃତି ଦେଇ ଭାରତୀୟ ଡାକ ବିଭାଗ ଏହା ଉପରେ ଏକ ଡାକଟିକଟ ପ୍ରଚଳନ କରିଅଛି ।ନେପାଳି ଭାଷାରେ ଲାଲ ଗୁରାନ୍ସ, ଗରୱାଲି ଭାଷାରେ ବୁରାନ୍ସ, ଇରାସ ଭାଷାରେ କୁମାୱନି, ପଞ୍ଜାବି ରେ ଆଡ୍ରୱାଲ, ତାମିଲରେ ବିଲ୍ଲି, କନ୍ନଡରେ ପୁ, ତଥା ମାଲାୟଲମରେ କଟ୍ଟୁପୋଭରାଷୁ କହନ୍ତି ।ଗୋଟିଏ ପେନ୍ଥାରେ ପ୍ରାୟତଃ କୋଡିଏଟି ଫୁଲ ଧରେ ଯାହା ଅତିଆକର୍ଷଣିୟ । ଏହା ୧୦-୨୦ ସେମି ଲମ୍ବା ପତ୍ର ବିଶିଷ୍ଟ ଯାହାର ସବୁଜ ଶୀରାମାନ ଖାଲି ଆଖିରେ ଦେଖି ହୁଏ । ଏହାର ଫଳ ଏବଂ ବୀଜ ମଧ୍ୟ ରହିଅଛି ।

ଏହା ନେପାଳର ଜାତିୟ ପୁଷ୍ପ ତଥା ଉତ୍ତରାଖଣ୍ତର ଜାତିୟ ବୃକ୍ଷ । ନାଗାଲ୍ୟାଣ୍ତର ପୂର୍ବଭାଗରେ ହିମାଳୟର ପାଦ ଦେଶରେ ଏବଂ କାଶ୍ମୀର ଠାରୁ ଭୁଟ୍ଟା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଉତ୍ତର କେନ୍ଦ୍ରିୟ ଭାରତରେ ଏହି ବୃକ୍ଷ ପରିଦୃଶ୍ୟ ହୁଏ । ସମୁଦ୍ର ପତ୍ତନଠାରୁ ଏହା ୪୫୦୦ ରୁ ୧୦୫୦୦ ଫୁଟ ଉଚ୍ଚ ଅଞ୍ଚଳରେ ଏୟା ଦୃଶ୍ୟମାନ ହୁଏ । ସାଧାରଣତଃ ଏହି ବୃକ୍ଷର ଉଚ୍ଚତା ୪୦-୫୦ ଫୁଟର ହୁଏ କିନ୍ତୁ କିଛି ସ୍ଥାନରେ ଏହା ୧୦୦ ଫୁଟ ହେବାର ମଧ୍ୟ ଲକ୍ଷ କରାଜାଇଛି । ଏହି ବୃକ୍ଷର ଓସାର ୨.୪ ମିଟର ହେବାର ମଧ୍ୟ ଲକ୍ଷ କରାଜାଇଛି । ମାର୍ଚ୍ଚରୁ ଅପ୍ରେଲ୍ ତଥା ଜୁନ୍ ରୁ ସେପ୍ଟେମ୍ବର ମାସରେ ଏହି ବୃକ୍ଷରେ ଗାଢ ଲାଲ୍ ତଥା ଫିକା ଗୋଲାପି ପୁଷ୍ପ ଫୁଟେ । ଓଦା ତଥା ଅମ୍ଳଯୁକ୍ତ ମୃତ୍ତିକା ତଥା ଛାୟା ଅଞ୍ଚଳରେ ଏହାର ଉପଯୁକ୍ତ ବିକାଶ ହୁଏ କିନ୍ତୁ ଅତ୍ୟଧିକ ଉଷ୍ମତାରେ ଏହାର ବୃଦ୍ଧି ହୁଏ ନାହିଁ ।  ଏହି ପୁଷ୍ପରୁ ସ୍ୱାଦିଷ୍ଟ ଚଟଣି ମଧ୍ୟ ପ୍ରସ୍ତୁତ ହୁଏ ତଥା ଏହି ବୃକ୍ଷର କାଷ୍ଠରୁ ଉପହାର ସିନ୍ଧୁକ ମାନ ପ୍ରସ୍ତୁର କରନ୍ତି ଏଠିକାର ଅଧିବାସୀ ।

ତିନୋଟି ଜୈବିକ ପ୍ରାଙ୍ଗାରାମ୍ଳ ଏହି ପୁଷ୍ପରେ ମହଜୁଦ୍ ଥାଏ ଯଥା କ୍ୱେର୍ସେଟିନ୍(C15,H10,O7), ଋଟିନ୍(C27,H30,O16) ଓ କୌମାରିକ୍ ଏସିଡ(C9,H8,O3) । ଏଥିରୁ ଜଉ ଇଥାଇଲ ନିର୍ଗତ ହୁଏ ତାହା ବ୍ୟଥା ଏବଂ ପୀଡାନାଶନ ରେ କାର୍ଯ୍ୟକାରୀ ହୁଏ ତଥା ଯକୃତ ଜନିତ ସମସ୍ୟାରେ ହେପାଟୋପ୍ରୋଟେକ୍ଟିଭ୍ ଋପେ ସହାୟତା କରେ । ଅନ୍ୟ ଉପାଦାନ ସହ ମିଶେଇ ଏୟା ପେଟର ଗୋଳମାଳ ତଥା ଗ୍ୟାସ ସମସ୍ୟା ଦୂରିଭୂତ କରିବାରେ ସହାୟକ ହୁଏ । ମେଦବହୁଳ ଚିକିତ୍ସା କ୍ଷେତ୍ର ରେ ମଧ୍ୟ ଏହା ସେହି ଅଞ୍ଚଳ ମାନଙ୍କରେ  ବ୍ୟବହୃତ ହୁଏ । ଆୟୁର୍ବେଦରେ ଏହା ଅଶୋକାରିଷ୍ଟ ପ୍ରସ୍ତୁତି ରେ ସହୟତା ହେଉଥିବା ବେଳେ ହୋମିଓପାଥି ର ସନ୍ଧିବାତ ତଥା ଗଣ୍ଠିବାତ ଔସଦ ପ୍ରସ୍ତୁତିରେ ଏହା ଏକ ପ୍ରମୁଖ ଉପାଦାନ ; କିନ୍ତୁ ଉପଯୁକ୍ତ ପରିମାଣ ନହେଲେ ଏହେ ବିଷକ୍ରିୟା ମଧ୍ୟ କରେ ।

ବର୍ତ୍ତମାନ ଆସିବା ସାଂପ୍ରତିକ ଚର୍ଚାର ବିଷୟକୁ ।

ଭାରତୀୟ ପ୍ରାଦୌଗିକ ସଂସ୍ଥାନ, ମାଣ୍ତି, ହିମାଚଳ ପ୍ରଦେଶ ର ବୈଜ୍ଞାନିକ ମାନେ ହିମାଳୟ ବୁରାନ୍ସ ଫୁଲର ପାଖୁଡାରେ ଗବେଷଣା କରି ସେଥିରେ କୋଭିଡ୍-୧୯ ର ପ୍ରତିଷେଧକ ଗୁଣ ରହିଥିବା ପରିପ୍ରକାଶ କରିଛନ୍ତି । ଏକ ଆଫ୍ରିକିୟ ମର୍କଟର କୋଭିଡ୍ ପ୍ରଭାବିତ ବୃକକର କୋଷ ଉପରେ ଏହି ଗବେଷଣା କରାଯାଇଥିଲା । ୨୦୧୯ ରୁ ଏହି ଗବେଷଣା ଚାଲିଥିଲା । ହିମାଳୟ ଅଞ୍ଚଳରେ ଏକ ଫାଇଟୋ ରାସାୟନିକ ଗବେଷଣାଗାର ପ୍ରତିଷ୍ଠା ତଥା  ଏହି ଅଞ୍ଚଳର ଗୁଳ୍ମ ତଥା ବନସ୍ପତି ମାନଙ୍କ ଔଷଧିୟ ଗୁଣ ସହ ନ୍ୟାୟ ପ୍ରଦାନରେ ଏହି ପ୍ରକ୍ରିୟା ଆରମ୍ଭ ହେଇଥିଲା । ଯଦିଓ ଏହି ପାଖୁଡାମାନ ଔଷଧ ତଥା ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତି ରେ ବ୍ୟବହୃତ ହୁଏ କିନ୍ତୁ ଏହାର ପତ୍ର ଗୁଡିକ ବିଷାକ୍ତ । ଏହି ଗବେଷଣାରୁ ଜଣାପଡିଲା ଯେ ଏହି ଔଷଧି ଦୁଇଟି ପ୍ରକ୍ରିୟା ରେ କରୋନା ଭୂତାଣୁକୁ ପ୍ରତିରୋଧ କରେ ; ପ୍ରଥମତଃ ଏହି ଭୂତାଣୂର ବନ୍ଧନ ତଥା ଓଷଧିୟ ଗୁଣ ମାଧ୍ୟମରେ ଉପଷମନ । ଏହି ଗବେଷଣା କିପରି କରାଯାଇଥିଲା ସେହି ବିଷୟରେ କହିବାକୁ ଯାଇ ବୈଜ୍ଞାନିକ ଡ. ଶ୍ୟାମ କୁମାର କହନ୍ତି, ସେହି ମର୍କଟର କୋଷ ମାନଙ୍କୁ କୋଭିଡ୍ ଭୂତାଣୁଦ୍ୱାରା ପ୍ରଭାବିତ ହେବାକୁ ଦିଆଗଲା, ଫଳତଃ କିଛି କୋଷ ମରିଗଲା ଏବଂ ଭୂତାଣୁ ବହୁଗୁଣିତ ହେଇଗଲା, କିନ୍ତୁ ଏହି ପୁଷ୍ପର ପାଖୁଡାରୁ ପ୍ରସ୍ତୁତ ଔଷଧି ପ୍ରୟୋଗ ଫଳରେ ଏହିପ୍ରଭାବ ୮୦ ପ୍ରତିଶତ କମିଗଲା ।” ଯଦିଓ ଏହା ଭବିଷ୍ୟତରେ ଗବେଷଣାର ବିଷୟ ଏବଂ ଏହି ଭଳି ଗବେଷଣା ମାନ ଏକ ବର୍ଷରୁ ଅଧିକ ସମୟ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହେ, କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆମେ ଭାରତୀୟ ଆୟୁର୍ବେଦ ତଥା ବନଷ୍ପତି ଗୁଣା ସମୂହକୁ ତର୍ଜମା ତଥା ଆମର ଗୌରବଜ୍ଜ୍ୱଳ ଐତିହ୍ୟ ବିଷୟରେ ପୁନରାଲୋଚନ କରିବା ର ବେଳ ଉପନୀତ ।

Related Posts

About The Author

Add Comment