ରସୁଲପୁର, ୨/୮ (ସନ୍ଧାନ ନିଉଜ/ଜି ଦାସ) : ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ଗ୍ରାମ ପଂଚାୟତରର ହାଟ ଠାରୁ ଆସିଥିବା ରାସ୍ତାଟି ମରଣଯନ୍ତା ପାଲିଟିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ପଂଚାୟତର ବିଭିନ୍ନ ରାସ୍ତା ଗୁଡ଼ିକର ଏହି ଅବସ୍ଥା । କାହ୍ନୁ ସାହୁ ଘର ପାଖରେ ଯାଇଥିବା ରାସ୍ତାଉପରେ ବଡ଼ ବଡ଼ ଖାଲ ହୋଇ ନର୍ଦ୍ଦମା ପାଣି ଜମି ରହିବା ଯୋଁଗୁ ବୋଟୋଇମାନେ ଯାତାୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତାର ଦୁଇ କଡରେ ପାଣି ନିସ୍କାସନ ପାଇଁ ଡ୍ରେନ କରାଗଲେ ଏହି ଅସୁବିଧାରୁ ମୁକ୍ତି ମିଳିପାରିବ । ଏଦିଗରେ ସ୍ଥାନୀୟ ବିଧାୟକ ସୁନନ୍ଦା ଦାସ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି କରାଯାଉଚି ।
ମରଣ ଯନ୍ତା ପାଲଟିଛି ବନ୍ଧଡିହ ହାଟ ସେଠିସାହି ରାସ୍ତା
|
August 2, 2019 |