ମନେରଗା କାର୍ଯ୍ୟ କରାଇ ନଦେବାକୁ ଧମକ ଦେଇଥିବା ଯୁବକ ନାମରେ ମାମଲା

Spread the love
  •  
  •  
  •  
  •  
  •  

ଅସ୍ତରଙ୍ଗ ୧୧/୦୭(ସନ୍ଧାନ ନ୍ୟୁଜ୍)-: ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଦୀର୍ଘ ଦିନ ହେବ ସୂଚନା ଅଧିକାର ଆଇନ ବଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ହେବା ନେଇ ଜନ ଅସନ୍ତୋଷ ଦେଖାଦେଇଛି।ଅନ୍ୟଏକ ଘଟଣାରେ କେନ୍ଦ୍ରାପଟି ପଞ୍ଚାୟତ ଅଧିନସ୍ଥ ଜୀଉନ୍ତି ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମମନିଯୁକ୍ତି ଯୋଜନାରେ ଏକ ସ୍ମଶାନ ପୋଖରୀ ଖୋଳା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଧମକ ଦେଇଥିବା ଅଭିଯୋଗ କ୍ରମେ ଯୁବକ ନାମରେ ଅସ୍ତରଙ୍ଗ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି।ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଜବ କାର୍ଡ ମାଧ୍ୟମରେ ପୋଖରୀ ଖୋଳା କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ଓଲିହଁl ଗ୍ରାମର ଲକ୍ଷ୍ମୀଧର ବିଶ୍ଵାଳ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀ ମାନଙ୍କୁ ଅଟକାଇ ତାଙ୍କୁ କହିଲା କଣ ପାଇଁ ଗୋଚର ଜମିରେ ପୋଖରୀ ଖୋଳୁଛ ମୁଁ ସେ କାର୍ଯ୍ୟକୁସୂଚନା ଅଧିକାର ଆଇନ ବଳରେ ବନ୍ଦ କରିଦେବି।ଗ୍ରାମବାଦୀମାନେ ଏହାକୁ ପ୍ରତିବାଦ କରିବାବେଳେ ଚାରୁଲତା କାଣ୍ଡି ପଚାରିଲା ତୁମେ କଣ ପାଇଁ ଗ୍ରାମବାସୀମାନଙ୍କସମୂହ କାର୍ଯ୍ୟକୁ ବନ୍ଦ କରିବ।ଲକ୍ଷ୍ମୀଧର ବିଶ୍ବାଳ କହିଲେ ଯଦି କାର୍ଯ୍ୟ କରିବ ମୋତେ ୫୦ ହଜାର ଟଙ୍କା ଦିଅ ନଚେତ କାର୍ଯ୍ୟ ବନ୍ଦ କରିଦେବି।ଚାରୁଲତା କାଣ୍ଡି ଓ ଲକ୍ଷ୍ମୀପ୍ରିୟା ବିଶ୍ବାଳ ବିଭିନ୍ନ ପ୍ରଶ୍ନ ପଚାରିବାରୁ ତାଙ୍କୁ ହରିଜନ ଜାତିକୁ ଆକ୍ଷେପ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗ୍ରାମବାସୀମାଙ୍କୁ ଠେଲା ପେଲା କରିଥିଲେ।ଲକ୍ଷ୍ମୀପ୍ରିୟାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହିତ ଗ୍ରାମବାସୀମାନଙ୍କୁ ଧମକ ଦେଇ କହିଲେ ତୁମ ଉପରେ ମୋ ଗାଡି ଚଢାଇ ବମ ପକାଇ ସମସ୍ତଙ୍କୁ ଉଡାଇଦେବି।ଉକ୍ତ ସ୍ଥାନରେ ଉତେଜନା ହେବାରୁ ଯୁବକ ସେଠାରୁ ଖସି ଆସିଥିଲେ।ଅସ୍ତରଙ୍ଗ ବଜାରରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଲକ୍ଷ୍ମୀଧରଙ୍କ ନାମରେ ଥାନାରେ ଚାରୁଲତା କାଣ୍ଡିଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ବାମଦେବ ନନ୍ଦ ଘଟଣାର ତଦନ୍ତ କରି ସତ୍ୟା ସତ ଜାଣିବା ପରେ କେଶ ନଂ ୧୦୭/୨୦୨୧ ରେ ବହୁ ସଙ୍ଗିନୀ ଦଫାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଥାନା ପକ୍ଷରୁ ଜଣାପଡିଛି।ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇପାରି ନାହିଁ।ଉକ୍ତ ଘଟଣାକୁ ନେଇ ବିଭିନ୍ନ ପଞ୍ଚାୟତରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।କାରଣ ଉକ୍ତ ଯୁବକ ବିଭିନ୍ନ ପଞ୍ଚାୟତରେ ସୂଚନା ଅଧିକାର ଆଇନ ବଳରେ ଓ ହାଇକୋର୍ଟରେ ରିଟି ପିଟିସନ କରି ବହୁ ପଂଚାୟତରେ ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ କରି ଗ୍ରାମବାସୀଙ୍କ ମଧ୍ୟରେ ଅଯଥା ଉତ୍ତେଜନା ସୃଷ୍ଟି କରିଥିବା ବେଳେ ବହୁ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଗ୍ରାମବାସୀମାନେ ବ୍ଲକ କାର୍ଯ୍ୟାଳୟରୁ ବିଲ ନେଇପାରୁ ନାଁହାନ୍ତି।ଯୁବକଙ୍କ ନେଇ ଏବେବି ଗ୍ରାମ ମାନଙ୍କରେ ଅସନ୍ତୋଷ ଲାଗିରହିଛି।ଦେଖାଯାଉ ଯୁବକ କେବେ ଗିରଫ ହେଉଛି।

Related Posts

About The Author

Add Comment