ମଦ ଦୋକାନରେ ଦୃର୍ବୁତ୍ତଙ୍କ ଭଙ୍ଗାରୁଜା, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ, ବୋହିନେଲେ ପେଟି ପେଟି ମଦ,

Spread the love
  •  
  •  
  •  
  •  
  •  

ଦାନଗଦି/(୨୪/୦୯(ସନ୍ଧାନ ନିୟୁଜ୍)ଯାଜପୁର ରୋଡ଼ ଆଦର୍ଶ ଥାନା ଅନ୍ତର୍ଗତ ଦାନଗଦି ଫାଣ୍ଡି ଅଧିନସ୍ତ ମାନପୁର (ଧୂଳିଗଡ଼) ରେ ଥିବା ସରକାରୀ ବିଦେଶୀ ମଦ ଦୋକାନରେ ଗତ ୨୨ ତାରିଖ ରବିବାର ଅପରାହ୍ନ ସମୟରେ କିଛି ଦୃବୁତ୍ତ ମଦ ଦୋକାନରେ ପଶି କର୍ମଚାରୀ ମାନଙ୍କୁ ମର୍ମାତକ ଆକ୍ରମଣ କରି କ୍ୟାସ୍ ଡ୍ରରୁ ଟଙ୍କା ନେଇଜିବା ସହ ବହୁ ଜିନିଷ ପତ୍ର ଭଙ୍ଗା ରୁଜା କରି ପେଟି ପେଟି ମଦ ବୋହିନେଇଯିବା ଥାନାରେ ଅଭିଯୋଗ ହୋଇଛି, ଖବର ନେବାରୁ ଜଣା ପଡ଼ିଛି ଯେ ଡୋଲିପୁର ଅବକାରୀ ଥାନା ଅଧୀନରେ ମାନପୁର ଠାରେ ଥିବା ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ାଙ୍କ ବିଦେଶୀ ମଦ ଦୋକାନରେ ଗତ ରବିବାର ଦିନ ଚାରି ଜଣ ବ୍ୟକ୍ତି ଆସି ମଦ ଦୋକାନରେ ଥିବା କର୍ମଚାରିଙ୍କୁ ଚାରି ବୋତଲ ମଦ ମାଗିଥିଲେ କର୍ମଚାରି ସେହି ବ୍ୟକ୍ତିଙ୍କୁ ତାଙ୍କ କହିବା ମୁତାବକ ମଦ ଦେଇଥିଲେ, ପଇସା ଦେଲା ବେଳକୁ ମାତ୍ର ଦୁଇଟି ବୋତୋଲର ପଇସା ଦେଇ ପଳେଇ ଯାଉଥିଲେ, ଦୋକାନୀ କର୍ମଚାରି ଆଉ ଦୁଇଟିର ପଇସା ମାଗିବାରୁ ପଛକୁ ଫେରି ଆସି ବହୁ ଅଶିଳ ଭାଷାରେ ଗାଳି ଗୁଲଜ୍ କରିଥିଲେ ଦୋକାନୀ କର୍ମଚାରି ଓ ଦୃର୍ବୁତ୍ତ ମାନଙ୍କ ମଧ୍ୟରେ କଥା କଟା କଟି ହୋଇ ଥିଲା ଦୃର୍ବୁତ୍ତ ମାନେ ପଇସା ନ ଦେଇ ସେଠାରୁ ଚାଲି ଯାଇଥିଲେ,, ଘଣ୍ଟେ ଧେଢ଼ ଘଣ୍ଟା ପରେ ପୁର୍ନବାର ସେହି ବ୍ୟକ୍ତିଙ୍କ ସମେତ ଆହୁରି ପନ୍ଦର ଜଣ ମିଶି ମଦ ଦୋକାନରେ ପହଞ୍ଚି ଢେଲା ପଥର ମାଡ କରିଥିଲେ, ଆଉ କିଛି ଦୁବୃର୍ତ୍ତ ଦୋକାନ ପଛପେଟ ଯାଇ କବାଟକୁ ଲୁହା ସାବଳ ଦ୍ୟାରା ଲୁହା ଗ୍ରିଲ୍ କୁ ଭାଙ୍ଗି ବଳ ପୂର୍ବକ ଭିତରେ ପଶି କ୍ୟାସ୍ ଡ୍ର ରୁ ଦୁଇ ଦିନର ବେପାର ହୋଇଥିବା ଟଙ୍କା ନେଇଯାଇଥିଲେ, ଓ ଆଉ କିଛି ଦୁବୃର୍ତ୍ତ ଲୁହା ରଡ଼ ସାହାଯ୍ୟରେ ଦୋକାନରେ ଥିବା ମଦ ବୋତଲ ସବୁ ବାଡ଼େଇ ଭାଙ୍ଗି ଦେଇଥିଲେ, ପ୍ରମାଣ ଲୁଚାଇବାକୁ ଯାଇ ଦୋକାନରେ ଲାଗିଥିବା ସିସି କ୍ୟାମେରା ଭାଙ୍ଗି ଦେବା ସହ ହାଡ଼ଡିସ୍ କୁ ସାଙ୍ଗରେ ନେଇଯାଇଥିଲେ, ଦୋକାନରେ ଥିବା ଚାରି ପାଞ୍ଚଜଣ କର୍ମଚାରୀଙ୍କୁ ମାରଧର କରୁଥିବା ବେଳେ ଆଉ କିଛି ଦୁବୃର୍ତ୍ତ ସେଠାରେ ଥିବା ବହୁ ଦାମି ଦାମୀ ମଦ ପେଟି ବୋହିନେଉଥିଲେ , ସେଠାରେ ଥିବା ଏସି, ସ୍କାନର, ପ୍ରିଣ୍ଟର, ଦୁଇଟି ମୋବାଇଲ୍, ବ୍ଲୁଟଥୁ, କମ୍ପ୍ୟୁଟର, ଏଲିଡି, ମନିଟର, ଏମିତି ଅନେକ କିଛି ଭଙ୍ଗା ରୂଜା କରିବା ସହ ଦୃର୍ବୁତ୍ତ ମାନେ ବୋହି ନେଇଥିବା ମଦ ଦୋକନାର ମାଲିକ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଖବର ପାଇ ଯାଜପୁର ପୋଲିସ୍ ଅଧିକ୍ଷକଙ୍କ ସମେତ ଅବକାରୀ ଅଧିକ୍ଷକ ଘଟଣାର ଅନୁଧ୍ୟାନ କରିଥିଲେ, କେବଳ ଦେଖିବାକୁ ବାକି ରହିଲା ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପୋଲିସ ପକ୍ଷରୁ ସରକାରୀ ବିଦେଶୀ ମଦ ଦୋକାନକୁ କିପରି ସୁରକ୍ଷା ଦେବା ସହ କି ନ୍ୟାୟ ପ୍ରଦାନ କରୁଛନ୍ତି, ଏବଂ ଦୃର୍ବୁତ୍ତ ମାନଙ୍କୁ ଧରି କି ଦଣ୍ଡ ପ୍ରଦାନ କରୁଛନ୍ତି ଦେଖିବାକୁ ବାକି ରହିଲା,,,

Related Posts

About The Author

Add Comment