ମଦିନା ମାଇଦାନ କମୁନ୍ୟୁଟି ସେଣ୍ଟର ନିର୍ମାଣରେ ଦୁର୍ନୀତି ଅଭିଯୋଗ

Spread the love

ଭଦ୍ରକ, (ସନ୍ଧାନ ନିୟୁଜ ) ଭଦ୍ରକ ମଦିନା ମାଇଦାନ କମୁନ୍ୟୁଟି ସେଣ୍ଟର ନିର୍ମାଣରେ ଦୁର୍ନୀତି ଅଭିଯୋଗ ଆଣିଲା ଭଦ୍ରକ ମୁସଲିମ ଜମାତ। ଏପଟେ ବିଭାଗୀୟ ଯନ୍ତ୍ରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଭଦ୍ରକ ପୁରୁଣା ବଜାର ଅଞ୍ଚଳ ରେ ଥିବା ମଦିନା ମୈଦାନ ଠାରେ ଏକ କମୁନ୍ୟୁଟି ସେଣ୍ଟର ହଲ ନିର୍ମାଣ ଧିନ ଥିବା ଭିତରେ ଅନେକ କାର୍ଯ୍ୟ ଶେଷ ହୋଇନାହିଁ । 2019 ମସିହାରେ ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଶୁଭ ଶିଳାନ୍ୟାସ 80 ଲକ୍ଷ ଟଙ୍କାର କରିଥିଲେ। ଏହାପରେ ଏବେର ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ 2023 ମସିହାରେ ୧କୋଟି ୫ଲକ୍ଷ ଟଙ୍କା ଶୁଭ ଦେଇଥିଲେ। ମୋଟ ୧କୋଟି ୮୫ ଲକ୍ଷ ବେୟବରାତ ହୋଇଥିଲା। ଏହା ଭିତରେ କାର୍ଯ୍ୟ ସଂପୂଣ୍ଣ ସରି ନଥିବା ବେଳେ ସରିଯାଇଚି ୧କୋଟି ୮୫ଲକ୍ଷ୍ୟ। ୮ମାସ ହେବ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ପଡ଼ି ରହିଛି ଏହାକୁ ମୁସଲିମ ଜମାତ୍ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି। ହେଲେ ଏଠୀ କଥା ଉଠୁଛି ସମସ୍ତ କାର୍ଯ୍ୟ ପ୍ରତିଦିନ ତଦାରଖ କରିବା ଲାଗି ମୁସିଲମ ଜମାତର ଏକ ୫ଜଣିଆ କମିଟି ଗଠନ ହୋଇଥିଲା , ସେଇ କମିଟି ଏବେ ଦୁର୍ନିତିର ଅଭିଯୋଗ ଆଣିଛି।
ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀ ଲମ୍ବୁଧର ନାୟକ କହିବା ଅନୁଯାୟୀ କମୁନ୍ୟୁଟି ସେଣ୍ଟର ହଲ ନିର୍ମାଣ ପାଇଁ ମୋଟ ୨କୋଟି ୬୧ ଲକ୍ଷ ଟଙ୍କା ଏଷ୍ଟିମେଣ୍ଟ କରାଯାଇଥିଲା। ବାକି ଅର୍ଥ ସରକାର ଦେଲେ କମୁନ୍ୟୁଟି ସେଣ୍ଟର ହଲର ସଂପୂଣ୍ଣ କାର୍ଯ୍ୟ ସରିବ। ଏହାର କୌଣସି ଘୋଟାଲା ହୋଇନାହିଁ, ଏହାକୁ ନେଇ ଭଦ୍ରକ ମୁସଲିମ ଜମାତ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ପାଇଁ ଦାବୀ କରିଛନ୍ତି । ଜିଲ୍ଲାପଳ ଏହାକୁ ତଦନ୍ତ କଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ।
ମଦିନା ମାଇଦାନ କମୁନ୍ୟୁଟି ସେଣ୍ଟର ନିର୍ମାଣରେ ଦୁର୍ନୀତିର ଅଭିଯୋଗ ଆଣିଲା ଭଦ୍ରକ ମୁସଲିମ ଜମାତ। ଏପଟେ ବିଭାଗୀୟ ଯନ୍ତ୍ରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Related Posts

About The Author

Add Comment