ଯାଜପୁର ସଦର, ୨୮/୦୩ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତରେ ତ୍ରୀସ୍ତରୀୟ ନିର୍ବାଚ ହୋଇଥିବା ବେଳେ, ମଙ୍ଗାରଜପୁର ସରପଂଚ ଭାବେ ଜୟନ୍ତୀ ସାହୁ ନିର୍ବାଚିତ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମଙ୍ଗରାଜପୁର ସରପଂଚଙ୍କ ଜାତିଗତ ପ୍ରମାଣ ପତ୍ର ଜାଲ କରାଯାଇଥିବା ନିକଟମ ପ୍ରତିଦ୍ୱନ୍ଦୀ ସରପଂଚ ପ୍ରାର୍ଥିନୀ ଜୟନ୍ତୀ ସେଠୀ ଏହାକୁ ନେଇ କୋର୍ଟର ଦ୍ୱାରସ୍ତ ହୋଇଥିବା ଦେଖିବାକୁ ମିଳିଚି । ମଙ୍ଗରାଜପୁର ପଂଚାୟତ ଟି ଅନସୂଚୀତ ଜାତି ପାଇଁ ସଂରକ୍ଷିତ ରହିଥିବା ବେଳେ, ଏହି ପଂଚାୟତର ମୋଟ ୬ଜଣ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରୁଥିଲେ । ଏମାନଙ୍କ ମଧ୍ୟରୁ ଜୟନ୍ତୀ ସାହୁ ସାଧାରଣ ବର୍ଗ ମହିଳା ହୋଇଥିବା ବେଳେ, ସେ ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ନିର୍ବାଚନ ଲଢ଼ିଥିବା ଶ୍ରୀମତୀ ସାହୁଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଏନେଇ ଶ୍ରୀମତୀ ସେଠୀ ନିର୍ବାଚନ ଟ୍ରୀବୁନାଲ ଏବଂ ସିଭିଲଜଜଙ୍କ ଦ୍ୱାରସ୍ତ ହୋଇଛନ୍ତି । ଅଭିଯୋଗ ଆଧାରରେ କେସ ନଂ- ୯/୨୨ ରେ କେସ ରୁଜୁ ହୋଇଚି । ଏସମ୍ପର୍କରେ ଜୟନ୍ତୀ ସାହୁଙ୍କୁ ଗଣମାଧ୍ୟ ପଚାରିବାରୁ ବିଜୟ ପ୍ରାର୍ଥିନୀ ଜୟନ୍ତି ତାଙ୍କ ଶାଶୁଘର ଲୋକ ସାଧାରଣ ବର୍ଗର ହୋଇଥିବା ବେଳେ, ବାପଘର ଅନୁସୂଚିତ ଜାତିର ବୋଲି ପ୍ରମାଣ ପତ୍ର ଦାଖଲ କରିଛନ୍ତି । ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ସ୍ଥାନୀୟ ଆରଆଇ ଙ୍କ ସହିତ ରସୁଲପୁର ବିଡିଓ ଏବଂ ତହସିଲ ଦାରଙ୍କ ସହିତ ପରାମର୍ଶ କରାଯିବା ପରେ ନିର୍ବାଚନ ଲଢ଼ିଥିବା ପ୍ରକାଶ କରିଛନ୍ତି ।
ମଙ୍ଗରାଜପୁର ସରପଂଚ ଜାତିଗତ ପ୍ରମାଣପତ୍ର ଜାଲ; ନିକଟତମ ପ୍ରତିଦ୍ୱନ୍ଦୀ କୋର୍ଟର ଦ୍ୱାରସ୍ତ
|
March 28, 2022 |