ମକୁନ୍ଦପୁର ସରପଂଚ ଦାୟିତ୍ୱ ନେଲେ ନାଏବ ସରପଂଚ ସୁକାନ୍ତି ଜେନା

ଯାଜପୁର, ୨୭/୦୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା କୋରାଇ ବ୍ଲକ ମକୁନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଦାୟିତ୍ୱ ଆଜି ସୁକାନ୍ତି ଜେନାଙ୍କୁ ଅର୍ପଣ କରାଯାଇଛି । ଗତ ୧୯ ତାରିଖ ସରପଞ୍ଚ ଅଶୋକୁମାର ଜେନାଙ୍କ ଅକାଳ ବିୟୋଗରୁ ସରପଂଚ ପଦବୀ ଖାଲି ପଡିଥିଲା । ଆଜି କୋରାଇ ବ୍ଲକ୍ ବିଡିଓ ଙ୍କ ପତ୍ର ସଂଖ୍ୟା ୫୦୮ ଅନୁଯାୟୀ ସୁକାନ୍ତି ଜେନାଙ୍କ ଦାୟିତ୍ୱ ଦେବାକୁ ପଂଚାୟତ କାର୍ଯ୍ୟ ର୍ନିବାହୀ ଅଧିକାରୀ ସତ୍ୟରଂଜନ ବେହୁରିଆଙ୍କୁ ପତ୍ର ଲେଖିଥିଲେ । ତଦନୁଯାୟୀ ଶ୍ରୀମତୀ ଜେନା ଆଜି ବ୍ଲକ କାର୍ଯ୍ୟାଳୟରେ ଜିପିଓ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ଠାରୁ ସରପଂଚ ଦାୟିତ୍ୱ ନେଇଥିଲେ । ନିରାକର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଧିର କିଶୋର ରାୟ, ରବିନ୍ଦ୍ର ମଲ୍ଲିକ, ଗୁରୁ ଚରଣ ମହାନ୍ତି, ଅଭିରାମ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment