ଭିନ୍ନକ୍ଷମ ପରିବାରକୁ ସହାୟତାର ହାତ ବଢାଇଲେ ଆଂଶୁମାନ ମେମୋରିଆଲ ଟ୍ରଷ୍ଟ

Spread the love

ଜେନାପୁର, ୧୧/୦୮/୨୦ (ସନ୍ଧାନ ନିଉଜ) : ବିଭିନ୍ନ ସମୟରେ ଆଜକୁ ଦୀର୍ଘ ୫ମାସ ଧରି ସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହି ଅସହାୟ କରୋନା ପ୍ରପିଡିତଙ୍କୁ ସାହାୟତାର ହାତ ବଢାଇ ଲୋକମାନଙ୍କ ବିଶ୍ୱାସ ଭାଜନ ହୋଇଛି ଆଂଶୁମାନ ମେମୋରିଆଲ ଟ୍ରଷ୍ଟ । ଶୁଖିଲା ଖାଦ୍ୟ ବଣ୍ଟନ ହେଉ କି ମାସ୍କ ବଣ୍ଟନ ଅବା ଆର୍ଥôକ ସହାଯ୍ୟ ଦେଇ ଏହି ଟ୍ରଷ୍ଟ ତାର ଉଦେଶ୍ୟ ସାଧନ କରିପାରିଛି । ଆଜି ଏହି ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତରେ ବୁଲି କିଛି ଭିନ୍ନକ୍ଷମ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ଏହି ବ୍ଲକ ଅନ୍ତର୍ଗତ କୋତପୁର, କଦମପାଳ ପଂଚାୟତର ତିନୋଟି ପରିବାରର ସମସ୍ୟା ସମ୍ପର୍କରେ ଅବଗତ ହୋଇ ସେଠାରେ ପହ‚ô ତାଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ସହିତ କିଛି ସମୟ ଅତିବାହିତ କରି ସେମାନଙ୍କ ମନୋବଳ ବଢାଇଥିଲେ । ଆଜି ଥିଲା କୋତପୁର ଗ୍ରାମର ଦୃଷ୍ଟିହିନ ନିରଞ୍ଜନ ବାରିକଙ୍କର ଏକାଦଶହ । ଆଜି ସେଠାରେ ପହ‚ô ଟ୍ରଷ୍ଟର ସମ୍ପାଦକ ଶ୍ରୀ ସାହୁ ତାଙ୍କର ଦୃଷ୍ଟିହୀନ ପତ୍ନୀଙ୍କୁ କିଛି ଅର୍ଥôକ ସହାୟତା କରିବା ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ସେହି ଗାଁର ଦାସ ସାହିରେ କିଡିନ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିବା ଜଣେ ବ୍ୟକ୍ତିଙ୍କୁ ଅର୍ଥôକ ସହାୟତା ଦେଇଥିଲେ । ସେହିପରି କଦମପାଳ ପଂଚାୟତର ମହାନ୍ତି ସାହିରେ ବାସ କରୁଥିବା ଦୁଃସାଶନ ମହାନ୍ତିଙ୍କ ଦିବ୍ୟାଙ୍ଗ ଝିଅକୁ ଭେଟି ତାର ସମସ୍ୟା ସମ୍ପର୍କରେ ବୁଝିବା ସହିତ ପାଖରେ ପହ‚ô ସମାନ ଭାବରେ ସହାୟତା ଦେଇ ସରକାରୀ ସାହାଯ୍ୟର ପାଇଁ ଚେଷ୍ଠା କରିବାର ପ୍ରତିଶୃତି ଦେଇଥିଲେ ।

Related Posts

About The Author

Add Comment