କଟକ, ୮/୬(ସନ୍ଧାନ ନିୟୁଜ୍)- ୨ ଜଣ ରାଜସ୍ୱ ନିରୀକ୍ଷକ(ଆର.ଆଇ) ଲାଂଚ ନେବା ବେଳେ ଭିଜିଲାନସ ଜାଲ ରେ ପଡି ଗିରଫ ହୋଇଛନ୍ତି । ସେ ୨ ଜଣ ହେଲେ-କଳାହାଣ୍ଡି ଜିଲ୍ଲା ଜୁନାଗଡ ତହସିଲ ଅନ୍ତର୍ଗତ ବୁଢିପଦର ର ରାଜସ୍ୱ ନିରୀକ୍ଷକ ସଂଜୟ କୁମାର ପଣ୍ଡା ଏବଂ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡା ର ରାଜସ୍ୱ ନିରୀକ୍ଷକ ଗୋକୁଳ ଚନ୍ଦ୍ର ପ୍ରଧାନ । ବିଭାଗୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜୁନାଗଡ ଥାନା ଅ”ର୍ଗତ ବଇଦପାଡ ର ବସନ୍ତ କୁମାର ସାମଲ ଏକ ସରକାରୀ ଜାଗା କୁ ଲିଜ ସୂତ୍ରରେ ନେବାର ଥିଲା । ସେ ସମ୍ପର୍କିତ ଇନକ୍ୱାରୀ ରିପୋର୍ଟ ଶ୍ରୀ ସାମଲ ଙ୍କ ସପକ୍ଷରେ ତହସିଲଦାର ଙ୍କୁ ଦେବା ନିମନ୍ତେ ଆରଆଇ ଶ୍ରୀ ପଣ୍ଡା ୫ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଫଳରେ ଖବର ଯାଇ ପହଂଚିଥିଲା ସମ୍ପୃକ୍ତ ଭିଜିଲାନସ ଡିଭିଜନ ଏସପିଙ୍କ ପାଖରେ । ତା’ପରେ ତାଙ୍କୁ ଜାଲରେ ପକାଇବାକୁ ଯୋଜନା କରାଯାଇଥିଲା । ତଦନୁସାରେ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟା ସମୟରେ ଶ୍ରୀ ପଣ୍ଡା ଅଭିଯୋଗକାରୀ ଶ୍ରୀ ସାମଲ ଙ୍କ ଠାରୁ ୫ ହଜାର ଟଙ୍କା ନେବା ବେଳେ ଭିଜିଲାନସ ଟିମ ତାଙ୍କୁ ଗିରଫ କରିବା ସହିତ ଲାଂଚ ଟଙ୍କା ଜବତ କରିଥିଲା । ଏ ସମ୍ପର୍କରେ କୋରାପୁଟ ଭିଜିଲାନସ ଥାନା ରେ ରୁଜୁ ମକଦ୍ଦମା ର ତଦନ୍ତ ଜାରି ରହିଛି । ଅନ୍ୟ ଏକ ଘଟଣାରେ ଅନୁଗୁଳ ଜିଲ୍ଲା ଦୁର୍ଗାପୁର ର ରାମ ଚନ୍ଦ୍ର ବେହେରା ଙ୍କର ଜେଜେ ବାପା ଓ ବଡ ବାପା ଙ୍କର ମୃତୁ୍ୟ ସମ୍ପର୍କିତ ଭେରିଫିକେସନ ସାର୍ଟିଫିକେଟ ସମ୍ପୃକ୍ତ ଏକଜିକୁ୍ୟଟିଭ ମାଜିଷ୍ଟ୍ରେଟ ଙ୍କୁ ପ୍ରଦାନ କରିବା ନିମନ୍ତେ ଶ୍ରୀ ବେହେରାଙ୍କ ଠାରୁ ଆଜି ସକାଳ ୯ ଟା ୫ ମିନିଟ ସମୟରେ ୧୫୦୦ ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନସ ଜାଲରେ ପଡିଥିଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡା ର ରାଜସ୍ୱ ନିରୀକ୍ଷକ ଗୋକୁଳ ଚନ୍ଦ୍ର ପ୍ରଧାନ । ତାଙ୍କୁ ଭିଜିଲାନସ ଟିମ ଗିରଫ କରିବା ସହିତ ଲାଂଚ ଟଙ୍କା ତାଙ୍କ ଠାରୁ ଜବତ କରିଛି । ଏହି ଘଟଣାରେ କଟକ ଭିଜିଲାନସ ଥାନା ରେ ରୁଜୁ କରାଯାଇଥିବା ମକଦ୍ଧମାର ତଦନ୍ତ ଜାରି ରହିଛି ।
news from Prakash Rout cuttack