ଭାରତ ହେବ ବିଶ୍ୱଶକ୍ତି-ମଙ୍ଗୁଆଳ ଧରିବେ ଯୁବଶକ୍ତି

Spread the love
କୋରାପୁଟ, 21/08/2021 (ସନ୍ଧାନ ନିଉଜ) ଭାରତ ହେବ ବିଶ୍ୱଶକ୍ତି-ମଙ୍ଗୁଆଳ ଧରିବେ ଯୁବଶକ୍ତି-ଆଜି ଏହିଭଳି ମତପ୍ରକାଶ ପାଇଛି- ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର‍ ଶାଖା ଦ୍ୱାରା ଆହୂତ ଅଷ୍ଟମ ଇ-ପାଠଚକ୍ର ରେ । ଶୁକ୍ରବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା ।ଏଥିରେ ମୁଖ୍ୟବକ୍ତା ଋପେ ଯୋଗଦେଇଥିଲେ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ଭକାର ଅଧ୍ୟାପକ ବନ ବିହାରି ଦାଶ । ସେ ନିଜ ଅଭିଭାଷଣରେ ବିକେକାନନ୍ଦଙ୍କ ସନ୍ଦେଶ ସମୂହ ତଥା ସାଂପ୍ରତିକ ସମାଜରେ ତାହାର ଉପଯୋଗିତ‍ ବିଷୟରେ ଆଲୋକପାତ କରିଥିଲେ । ବୀର୍ଯ୍ୟବାନ,ନିଷ୍ଠ‍ବାନ୍,ତ୍ୟାଗବାନ୍, ଦେଶଭକ୍ତ ତଥା ବଳିଷ୍ଠ ଯୁବ ପିଢିଙ୍କ ନେତୃତ୍ୱରେ ଦେଶର ପରିବର୍ତ୍ତନ ଅବଶ୍ୟମ୍ଭାବୀ । ବିଶ୍ୱବିଦ୍ୟାଳରେ ଅଧ୍ୟୟନ କରୁଥିବା ଯୁବକ ଗଣଙ୍କ ମନରେ ସୃଜୁଥିବା ଭ୍ରାନ୍ତ ଧାରଣା, ଭାରତିୟ ସଂସ୍କୃତି ପୁରୁଣା କାଳିଆ- ଏହାକୁ କିଭଳି ନୂତନ ଶିକ୍ଷାନିତି ମାଧ୍ୟମରେ ବିବେକାନନ୍ଦଙ୍କ ସନ୍ଦେଶକୁ ଦେଶରେ ପ୍ରୟୋଗ କରାଜାଉଛି ଏବଂ ସେମାନଙ୍କୁ  ସଂସ୍କୃତି ପ୍ରେମୀ କରେଇବା ସମସ୍ତଙ୍କ ଧ୍ୟେୟ ହେବା ଉଚିତ, ସାଧାରଣ ଜନତାଙ୍କୁ ଖାଦ୍ୟ,ସ୍ୱାସ୍ଥ୍ୟ ଏବଂ ସେବା ଯୋଗାଇ ଦେଶଗଠନ ରେ କିଭଳି ନିୟୋଜନ କରାଯାଇପାରିବ, ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର କିଭଳି ଯୁବସମାଜର ବିପଥଗାମୀ ପାଇଁ ଦାୟୀ ଏବଂ ସଚେତନତା ଦ୍ୱାରା କିଭଳି ସମସ୍ତ ସମସ୍ୟାର ସମାଧାନ କରାଯାଇପାରିବ ସେହି ବିଷୟରେ ଉପସ୍ଥିତ ଶ୍ରୋତାମଣ୍ତଳୀଙ୍କୁ ଉଦ୍ ବୁଦ୍ଧ କରିଥିଲେ । ଆଉ ଏକ ଆଦର୍ଶ ପଦକ୍ଷେପ ଋପେ, ଆତଙ୍କ ବାଦୀଙ୍କ ମନୋଭାବରେ ପରିବର୍ତ୍ତନ ପାଇଁ ବିବେକାନନ୍ଦଙ୍କ ବାଣୀ ଦ୍ୱାରା କିଭଳି ପ୍ରୟୋଗ କରାଯାଇପାରିବ ତାହା ସନ୍ଦେଶ ଦେଇଥିଲେ ।ଓଡିଶା ତଥା ରାଜ୍ୟବାହାରୁ  ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।”ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିରେ ଯୁବଶକ୍ତି” ଶୀର୍ଷକରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସଂଗଠନର ଆଜୀବନ ସଦସ୍ୟ ଶ୍ରୀ ଅରୁଣ କୁମାର ତ୍ରିପାଠୀ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ,   ବିଶିଷ୍ଟ ସଙ୍ଗୀତକାର, କଣ୍ଠଶିଳ୍ପୀ ତଥ‍ା ସଙ୍ଗୀତାଚ‍ାର୍ଯ୍ୟ  ଶ୍ରୀ  ଅସିତ କୁମାର ନନ୍ଦ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା ତଥା ସଭା ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବ ସଂସଦର ସଦସ୍ୟ ଶ୍ରୀ ମନୋରଂଜନ ପଣ୍ତା ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ମେଡିଆ ସେଲ୍ ସଂଯୋଜକ ତଥା ଅଧ୍ୟାପକ ଶ୍ରୀ ସରୋଜ ପ୍ରହରାଜ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment