ଭାରତୀୟ ବିମାନ ପାଇଁ ପାକ୍‌ ବାୟୁସୀମାକୁ ବନ୍ଦ କରାଯାଇ ନାହିଁ

Spread the love

ନୂଆଦିଲ୍ଲୀ, ୮/୮ (ସନ୍ଧାନ ନିଉଜ) : ଭାରତୀୟ ବିମାନ ପାଇଁ ପାକ୍‌ ବାୟୁସୀମାକୁ ବନ୍ଦ କରାଯାଇ ନାହିଁ ବୋଲି ଗୁରୁବାର ପାକିସ୍ତାନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ସହ ଭାରତୀୟ ବିମାନର ଉଡ଼ାଣ ପାଇଁ କୌଣସି ମାର୍ଗ ମଧ୍ୟ ପରିବର୍ତ୍ତନ କରାଯାଇ ନଥିବା କହିଛି ପାକିସ୍ତାନ । ପାକିସ୍ତାନର ବେସାମରିକ ବିମାନ ଚାଳାଚଳର ପ୍ରବକ୍ତା ମଜତବା ବେଗ୍‌ଙ୍କ କହିବା ଅନୁଯାୟୀ, ଏୟାରମ୍ୟାନ୍‌ର ନୋଟିସ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସବୁ ବିମାନ ଚାଳଚଳ କରିବ । ପାକିସ୍ତାନ ଭାରତ ପାଇଁ କୌଣସି ଉଡ଼ାଣ ବନ୍ଦ ନ କରିବା ସହ ଉଡ଼ାଣର କୌଣସି ମାର୍ଗ ମଧ୍ୟ ବଦଳାଇ ନାହିଁ । ଦୁଇ ଦେଶ ମଧ୍ୟରେ ତିକ୍ତତା ହୋଇଛି ସତ । କିନ୍ତୁ ସେଥିପାଇଁ ଉଡ଼ାଣ ବାଧାପ୍ରାପ୍ତ ହୋଇନାହିଁ ବୋଲି ମଜତବା ବେଗ୍‌ ସ୍ପଷ୍ଟ କରିଛନ୍ତି ।

ସୂଚନା ମୁତାବକ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ଉଚ୍ଛେଦ ହେବା ପରେ ଭାରତ-ପାକ୍‌ ମଧ୍ୟରେ ଆଶାନ୍ତି ଆରମ୍ଭ ହୋଇଥିଲା । ପାକିସ୍ତାନରେ ଭାରତୀୟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବା ପରେ ସମଝତା ଏକ୍ସପ୍ରେସ୍‌ ଚଳାଚଳକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଏ ମଧ୍ୟରେ ପାକ୍‌ ପୁଣି ଥରେ ଭାରତୀୟ ବିମାନ ପାଇଁ ନିଜ ବାୟୁସୀମା ବନ୍ଦ କରିଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ଗୁଜବ ବୋଲି ଜଣା ପଡ଼ିଛି ।

Related Posts

About The Author

Add Comment