- ଯାଜପୁର/୧୬/୦୩/ସନ୍ଧାନ ନିଉଜ୍)ଭାରତୀୟ ଏକାଡେ଼ମୀ ଟ୍ରଷ୍ଟ ର ଜାରକା ଶାଖା ତରଫରୁ ଆଉ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାନୀୟ ରସୁଲପୁର ବ୍ଲକ ଅନ୍ତର୍ଗତ ଦନେଇପୁର ପାର୍କ ଗୃହ ରେ ବି .ଡି .ଓ ଶ୍ରୀ ଉମାକାନ୍ତ ପରିଡା ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟ ର ସଂଯୋଜିକା ଶ୍ରୀମତୀ ଲକ୍ଷ୍ମୀ ଖମାରୀ ପରିଚାଳନା କରିବା ସହ ଏହି କେନ୍ଦ୍ର ରେ ୫୦ ଜଣ ମହିଳା ଓ ଯୁବତୀ ପ୍ରଶିକ୍ଷଣ ନେଇପାରିବାର ବ୍ୟବସ୍ଥା ରହିଥିବାର କହିଛନ୍ତି ।ଟ୍ରଷ୍ଟ ତରଫରୁ ଜଣେ ପ୍ରଶିକ୍ଷଣ ଦାତ୍ରୀ ଙ୍କୁ ନିଯୁକ୍ତି ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଗ୍ରାମାଚଂଳ ର ଯୁବତୀ ଓ ମହିଳା ମାନଙ୍କୁ କିପରି ସ୍ୱାବଲମ୍ବୀ କରିହେବ ସେଥିପାଇଁ ଟ୍ରଷ୍ଟ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ ଙ୍କ ସହ ଟ୍ରଷ୍ଟ ର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।
ଭାରତୀୟ ଏକାଡେ଼ମୀ ଟ୍ରଷ୍ଟ ଦ୍ୱାରା ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ
|
March 16, 2021 |