ଭାଜପା ନେତାଙ୍କୁ ଗୁଳିକରି ହତ୍ୟା : ସପ୍ତାହକରେ ୩ ଭାଜପା ନେତାଙ୍କୁ କରାଗଲାଣି ହତ୍ୟା

Spread the love

ଉତ୍ତରପ୍ରଦେଶ,୧୨/୧୦(ସନ୍ଧାନ ନିୟୁଜ): ଉତ୍ତରପ୍ରଦେଶର ସହାରନପୁର ଜିଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ ୩ ଭାଜପା ନେତାଙ୍କୁ ହତ୍ୟା କରା ଯାଇସାରିଲାଣି।
ସୂଚନାଯୋଗ୍ୟ,ଶନିବାର ଭାଜପା ନେତା ଧାରା ସିଂହ(୪୭) ଦେବବନ୍ଦରୁ ସହାରନପୁର କାର୍ଯ୍ୟସ୍ଥଳକୁ ଯାଉଥିବାବେଳେ ରାସ୍ତାରେ ରେଲ୍‌ଓ୍ବେ କ୍ରସିଂ ନିକଟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ହତ୍ୟାର କାରଣ ଜଣାପଡ଼ିନାହିଁ। ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି। ଧାରା ସିଂହ ସ୍ଥାନୀୟ ଏକ ଚିନି ମିଲ୍‌ରେ ସେକ୍ଟର ପ୍ରଭାରୀ ଭାବେ କାମ କରୁଥିଲେ।
ପ୍ରକାଶ ଯେ, ଏହା ପୂର୍ବରୁ ଗତ ୮ ତାରିଖରେ ଭାଜପା ନେତା ଚୌଧୁରୀ ୟଶପାଲ ସିଂହଙ୍କୁ ହତ୍ୟା କରାଯାଇଥିବାବେଳେ ଏହାର ଦୁଇଦିନ ପରେ ଦଳର ଆଉଜଣେ ନେତା କବୀର ତିଓ୍ବାରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା।

Related Posts

About The Author

Add Comment