ଭାଙ୍ଗିଲା ମାଇନର ଇରିଗେସନ କୁଣ୍ଡିବନ୍ଧ

Spread the love

ବାରିପଦା/ମାଣତ୍ରୀ, ୪/୯/୨୦(ସନ୍ଧାନ ନିଉଜ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ହରିହର କ୍ଷେତ୍ର ନିକଟରେ ଥିବା ଇରିଗେସନ କୁଣ୍ଡିବନ୍ଧଟି ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ୨୬ ତାରିଖରେ ହୋଇଥିବା ଲଘୁଚାପଜନିତ ବର୍ଷାରେ ବନ୍ଧର କିଛି ଅଂଶ ଭାଙ୍ଗିଥିଲା । ମାତ୍ର ପରେ ବନ୍ୟା ପ୍ରଭାବରେ ଏହି ବନ୍ଧଟି ପୂରା ଭାଙ୍ଗିଯାଇଥିବା ଜଣାପଡ଼ିଛି । ଏଥିଯୋଗୁଁ ଶହଶହ ହେକ୍ଟର ଚାଷଜମି ବାଲିଚର ହେବା ସହ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଗତ ୨୦୧୪-୧୫ ମସିହାରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କୁଣ୍ଡି ବନ୍ଧ ନିର୍ମାଣ ହୋଇଥିଲା । ବଳଙ୍ଗ ନଦୀରେ ବନ୍ୟା ଆସିଲେ ବନ୍ୟାର ପାଣି ପ୍ରଥମେ ମାଣତ୍ରୀ କୁଣ୍ଠି ପାଣିରେ ମିଶି ଉକ୍ତ ବନ୍ଧ ଦେଇ ପ୍ରଭାବିତ ହୋଇଥାଏ । ଗତ ୨୬ ତାରିଖରେ ହୋଇଥିବା ବନ୍ୟା ଯୋଗୁଁ ଏହି ବନ୍ଧ ସମ୍ପୂର୍ଣ ଭାଙ୍ଗିବା ସହିତ ୧ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି । ଚାଷ ଜମି ବାଲିଚର  ହୋଇଯାଇଛି । ଏଥିଯୋଗୁଁ ଚାଷୀମାନେ ବ୍ୟାପକ ସ୍ଥାନୀୟ ଚାଷୀଙ୍କ କହିବା ମୁତାବକ, ଚାଷଜମିରୁ । ଅଧିକ ପାଣି ନିଷ୍କାସନ ପାଇଁ ଦୀର୍ଘ ବର୍ଷ ହେବ ଏହି ବନ୍ଧରେ ଏକ ଗେଟ୍ ବ୍ୟବସ୍ଥା । ହୋଇଥିଲା । ଏହାଦ୍ବାରା ଚାଷଜମି ରୁ ପାଣିକ୍ଷତିଗ୍ରସ୍ତ ହୋଇଛନ୍ତି । ନିଷ୍କାସନ ହୋଇପାରୁଥିଲା ଏବଂ ବନ୍ୟା ସମୟରେ ଚାଷଜମିକୁ ସୁରକ୍ଷିତ ରଖାଯାଉଥିଲା । କିଛି ବର୍ଷ ହେବ ବିଭାଗ ପକ୍ଷରୁ ବନ୍ଧର ରକ୍ଷଣାବେକ୍ଷଣ ନ କରାଯିବା ଯୋଗୁଁ ଏହା ଦୁର୍ବଳ ହେବାରେ ଲାଗିଥିଲା । ଯାହାଫଳରେ ଚଳିତ ବର୍ଷ ବନ୍ୟା ପ୍ରଭାବରେ ବନ୍ଧରେ ଥିବା ଗେଟ୍ ସହ ବନ୍ଧକୁ ସମ୍ପୂର୍ଣ୍ଣ ବନ୍ୟାପାଣି ଭସାଇ ନେଇଥିଲା । ବନ୍ଧକୁ ଲାଗି ଦୁଇ ପାର୍ଶ୍ଵରେ ହୋଇଥିବା ପଥର ଫାଙ୍କି କାର୍ଯ୍ୟ ମଧ୍ୟ ଭାଙ୍ଗି ଧୋଇଯାଇଛି । ପୂର୍ବରୁ କୁଣ୍ଡବନ୍ଧର ରକ୍ଷଣାବେକ୍ଷଣ କରିବା ପାଇଁ ହରିହର କ୍ଷେତ୍ରର ପରିଛା ପ୍ରଦୀପ ପଣ୍ଡା ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରି ଆସୁଛନ୍ତି । ହେଲେ । ୨୦୧୪-୧୫ରୁ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଶ୍ରୀ ପଣ୍ଡା ଇରିଗେସନ ଜେଇ ତପନ ଦାସଙ୍କୁ ଅନୁରୋଧ କରିବା ପରେ ଟଙ୍କା ଆସିଲେ କାମ ହେବ ବୋଲି ପଲାଇଥିଲେ । ବିଭଗୀୟ ଅବହେଳା ପାଇ ଏବେ ବନ୍ଧ ଭାଙ୍ଗିଯିବା ପରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ସମାସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭାଗ ପକ୍ଷରୁ ଉକ୍ତ ବନ୍ଧ ନିର୍ମାଣ ସହ ଆଉ ଏକ ଗେଟ୍ ଲଗାଇବା ଏବଂ ବନ୍ଧର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଂ କରିବା ପାଇଁ ସ୍ଥାନୀୟ ଚାଷୀ ଭାନୁ ଶଙ୍କର ପଣ୍ଡା, ଦେବାଶିଷ ଦାସ, କୁନା କର, ଗୋବିନ୍ଦ ପତିଙ୍କ ସହ ଅନେକ ଚାଷୀ ଦାବି କରିଛନ୍ତି । ଏ ବାବଦରେ ଇରିଗେସନ ନିର୍ବାହୀ ଯନ୍ତ୍ରୀ ତପନ କୁମାର ଦାସଙ୍କୁ ପଚାରିବାରୁ ପାଣି ଶୁଖୁଗଲେ ତୁରନ୍ତ ବନ୍ଧର ପଥର ଫାଙ୍କି ସହ ବନ୍ଧ ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ।

Related Posts

About The Author

Add Comment