ଭାଗବତ ପଣ୍ଡା ପାଇଲେ ଫକୀର ମୋହନ ସାହିତ୍ୟ ସଂଗଠନ ସମ୍ମାନ ଓ ମକରମଣ୍ଡା ସମ୍ମାନ-୨୦୨୧

Spread the love
  •  
  •  
  •  
  •  
  •  

ବାରିପଦା, ୧୫/୦୧/୨୧ (ସନ୍ଧାନ ନିଉଜ/ଶ୍ରୀ ଭାଗବତ ପଣ୍ଡା) : ପ୍ରତିଶ୍ରୁତି ତ୍ରୈମାସିକ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ, ବିଶିଷ୍ଟ ସାହିତି୍ୟକ, ଖ୍ୟାତନାମା ପ୍ରବଚକ ଓ ସାରସ୍ୱତ ସଂଗଠକ ଭାଗବତ ପଣ୍ଡା ଚଳିତ ବର୍ଷ ଫକୀରମୋହନ ସାହିତ୍ୟ ପରିଷଦ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବ୍ୟାସକବି ଫକୀରମୋହନଙ୍କ ୧୭୯ତମ ଜୟନ୍ତୀ ତଥା ସାହିତ୍ୟ ପରିଷଦର ୭୪ତମ ବାର୍ଷିକ ଉସôବ ଅବସରରେ ବିଶିଷ୍ଟ କବି ପଞ୍ଚାନନ ଦାଶଙ୍କ ସ୍ମୃତିରେ ନିବେଦିତ ଫକୀରମୋହନ ସାହିତ୍ୟ ସଂଗଠନ ସମ୍ମାନ-୨୦୨୧-ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଠାରୁ ଲାଭ କରିବାର ଗୌରବ ଅର୍ଜନ କରିଛନ୍ତି । ଉକ୍ତ ସମାରୋହରେ ବିଶିଷ୍ଟ କବି ଡ.ଫନୀ ମହାନ୍ତି ମୁଖ୍ୟ ଅତିଥି ପ୍ରାବନ୍ଧିକ ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ପଣ୍ଡାଙ୍କୁ ମାନପତ୍ର, ସାଲ୍ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଭବ୍ୟ ସମାରୋହରେ ପରିଷଦର ସ୍ଥାୟୀ ସଭାପତି ଡ.ଶିରିଶ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଡା. କୁମାର ଗୋପାଳ ମଞ୍ଚାସୀନ ଥାଇ ସାରସ୍ୱତ ସାଧକ ଶ୍ରୀ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏତଦ୍ ବ୍ୟତିତ ସାରସକ୍ଷେତ୍ର ସାରସକଣାଠାରେ ମକରସଂକ୍ରାନ୍ତି ଅବସରରେ ନନ୍ଦିଘୋଷ ସାହିତ୍ୟ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ୱତନ୍ତ୍ର ଉସôବରେ ଅରୁନ୍ଧତୀ କାବ୍ୟର ସ୍ରଷ୍ଟା ସ୍ୱର୍ଗତଃ ପରମାନନ୍ଦ ସାହୁଙ୍କ ସ୍ମୃତିରେ ନିବେଦିତ ମର୍ଯ୍ୟାଦା ଜନକ ମକରମଣ୍ଡା ସମ୍ମାନ-୨୦୨୧ ଲାଭ କରିଛନ୍ତି । ଡ.ଉପେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ସାରସକଣା ପଞ୍ଚାୟତସମିତି ଅଧ୍ୟକ୍ଷ ମଙ୍ଗଲ ସିଂ, ମୁଖ୍ୟ ଅତିଥି ଓ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ମକରମଣ୍ଡା ପତ୍ରିକାର ମୁଖ୍ୟ ସମ୍ପାଦକ ପଦ୍ମନାଭ ସାହୁ, ସାହିତ୍ୟ ସମାଜର ସମ୍ପାଦକ ଜଗନ୍ନାଥ ସାହୁ ପ୍ରମୁଖ ଶ୍ରୀ ପଣ୍ଡାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉକି ଶ୍ରୀ ପଣ୍ଡା ପୂର୍ବରୁ ରାଜ୍ୟ ଓ ଜାତୀୟ ପୁରସ୍କାର ପାଇବା ସହିତ ବହୁ ସାରସ୍ୱତ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇ ଏ ମାଟିର ଗୌରବ ବର୍ଦ୍ଧନ କରିଛନ୍ତି ।

 

Related Posts

About The Author

Add Comment