ଭଦ୍ରକରେ ପୁଲିସର ଫ୍ଲାଗମାର୍ଚ୍ଚ ଇଦ୍-ଉଲ-ଜୁହା ପାଇଁ ସହରରେ ୧୭ ପ୍ଲାଟୁନ ଫୋର୍ସ

Spread the love
  •  
  •  
  •  
  •  
  •  
ଭଦ୍ରକ,୧୨/୮(ସନ୍ଧାନ ନିଉଜ) : ପବିତ୍ର ଇଦ୍-ଉଲ-ଜୁହା ପାଳନ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଇଛି । ଏହି ଅବସରରେ ସହରବାସୀଙ୍କ ମନରେ ବିଶ୍ୱାସ ସ୍ଥାପନ ନିମିତ୍ତ ପୁରୁଣାବଜାର ଥାନା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଆସନ୍ତା କାଲି ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ ଅଧିକାରୀଙ୍କୁ ନେଇ ସହରରେ ଫ୍ଲାଗମାର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଆଜି ଏସଡିପିଓ ଜଳନ୍ଧର ଜାଲି ଏବଂ ପୁରୁଣାବଜାର ଥାନା ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ୨ ପ୍ଳାଟୁନ ଫୋର୍ସ  ପୁରୁଣାବଜାର ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଥିଲେ । ଇଦ୍ ଉୁଲ ଜୁହା ଉପଲକ୍ଷେ ଜିଲ୍ଲା ପୁଲିସ ପକ୍ଷରୁ ସହରରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଆଇଡନ ଶୃଙ୍ଖଳା ରକ୍ଷା ପାଇଁ ୧୩ଜଣ ଅତିରିକ୍ତ ଏସପି ଓ ଡ଼ିଏସପିଙ୍କ ନେତୃତ୍ୱରେ ୧ କମ୍ପାନୀ ଓସାପ୍, ୧୫ ଇନ୍ସପେକ୍ଟର, ୬୯ଜଣ ସବ୍ ଇନିସ୍ପ୍କେ୍ଟର ମୁତୟନ ରହିବେ । ସହରରେ ମୋଟ ୧୫ଟି ସ୍ଥାନରେ ଷ୍ଟାଟିକ ପଏଣ୍ଟ ସ୍ଥାପନ କରାଯାଇଛି । ସେହିପରି ୩ଟି କ୍ୟୁଆର୍ଟି ଓ ୪ଟି ମୋବାଇଲ ଭ୍ୟାନକୁ ପ୍ରସ୍ତୁତ ରଖାଯାଇଛି । ଆଜି ସନ୍ଧ୍ୟାରେ ପୁରୁଣାବଜାର ଥାନା ପରିସରରେ ଉଭୟ ସମ୍ପ୍ରଦାୟର ମୁରବୀ ବସି ଏସ୍ଡିପିଓ ଓ ଆଇସିସିଙ୍କ ସହିତ ଏହି ପର୍ବକୁ ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବା ନେଇ ଆଲୋଚନା କରିଛନ୍ତି ।
Ramesh Nayak

Related Posts

About The Author

Add Comment