ଭଦ୍ରକ , 17.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଭଦ୍ରକ ଜିଲ୍ଲାରେ ଆରମ୍ଭ ହେଲା ଟିକାକରଣ । ଭଦ୍ରକ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଟୀକାକରଣ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮୫୬୬ ଜଣ ସରକାରୀ କର୍ମଚାରୀଙ୍କୁ ଟିକାକରଣ ବା କୋଭିକ୍ସିନ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜିଲ୍ଲାରେ ୭ଟି ବ୍ଲକରେ ୪୪ଟି ଟିକାକରଣ କେନ୍ଦ୍ର କରାଯାଇଛି । ଭଦ୍ରକ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୫,୫୦୦ ଟିକା ଆସିଛି । ଟିକାକରଣ ପାଇଁ ୩ଟି ସ୍ଥାନରେ ଯଥାକ୍ରମେ ଭଦ୍ରକ ସହରର କୁଆଁସ ସ୍ଥିତ ପିପିସି ସେଣ୍ଟର , ଵରପଦା ପିଏଚସି ଓ ବାସୁଦେବପୁର ସିଏଚସିରେ ଟୀକା ଦିଆଯିବାର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଦିନ ୧୦୦ଜଣଙ୍କୁ ଟିକା ଦିଆଯିବ ନେଇ ବ୍ୟବସ୍ଥା ହୋଇଛି । ଆଗାମୀ ସାତଦିନ ମଧ୍ୟରେ ଅବଶିଷ୍ଟ ଟିକା ଦିଆଯିବ । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ଵିଭାଗ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସ୍ଵାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଏହି ଟିକା ପ୍ରଥମ ପର୍ଯ୍ୟାୟରେ ଦିଆଯିବ । ତିନୋଟି ସ୍ଥାନରେ ୩ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଟିକାକରଣକୁ ତଦାରଖ କରୁଛନ୍ତି । ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଦିଆଯାଇଛି କରୋନା ଟିକା । ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଆଟେଣ୍ଡେଣ୍ଟ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ବାବାଜୀ ସାହୁଙ୍କୁ ଦିଆଯାଇଛି ପ୍ରଥମ କରୋନା ଟିକା । ତେବେ ଟିକା ଦେବା ପରେ ସମସ୍ତଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ନିରୀକ୍ଷଣ କେନ୍ଦ୍ରରେ ରଖାଯାଉଛି । ସମସ୍ତ ଟୀକାକରଣ କେନ୍ଦ୍ରରେ ପୋଲିସ ମୁତୟନ ରହିବା ସହ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି ।
ଭଦ୍ରକରେ ଆରମ୍ଭ ହେଲା ଟିକାକରଣ
|
January 17, 2021 |