ଭଗବତୀ ପଡ଼ିଆ ଏମଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପରଲୋକ

Spread the love

ଯାଜପୁର ସଦର, ୦୩ା୦୭( ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବନ୍ଧଡିହ ପଂଚାୟତ ଭଗବତୀ ପଡ଼ିଆ ଏମଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଗୋପିନାଥ ଦାସଙ୍କର ୮୬ବର୍ଷ ବୟସରେ ହାଟଷ୍ଟୋକ ହେବାରୁ ବଡ଼ଚଣା ମେଡିକାଲକୁ ନିଆଯାଇଥିବା ବେଳେ, ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ନିଆଯାଇଥିଲା । ଆଜି ଭୋର ୫ଟା ସମୟରେ କଟକ ମେଡିକାଲରେ ଶ୍ରୀ ଦାଶଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଯାହାକି ଶ୍ରୀ ଦାଶ ଭଗବତୀପୁର ଭଗବତୀ ପଡ଼ିଆ ଏମଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ତୁଲାବା ପରେ କୌଣସି କାରଣ ବସତଃ ବଡ଼ଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ସ୍ଥିତ ଚିତରଂଜନ ନାୟକଙ୍କ କଡ଼େଇ କାରଖାନରେ ଚାକିରି କରିଥିଲେ । ଚାକିରିରୁ ଅବସର ନେବାପରେ ଧାନମଣ୍ଡଳରେ ଶ୍ରୀ ଦାଶ ଧାନମଣ୍ଡଳ ଠାରେ ହୋମିଓପାଥି ଡାକ୍ତର ଭାବରେ ବେଶ ପରିଚିତ ଥିଲେ । ସେଠାରେ ଏକ ମେଡିସିନ ଦୋକାନ କରି କାମ କରୁଥିଲେ । ଗତକାଲି ୧.୩୦ଘଟିକା ସମୟରେ ଖାଇସାରି ଶୋଇବାକୁ ଯାଇଥିବା ବେଳେ, ଅସୁସ୍ଥ ହୋଇ ପଡ଼ିବାରୁ ଶ୍ରୀ ଦାସଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ପକ୍ଷରୁ ବଡ଼ଚଣା ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକକୁ ନିଆଯାଇଥିବା ବେଳେ, ତାଙ୍କ ମରଶରୀରକୁ ବନ୍ଧଡିହ ପଂଚାୟତ ଭଗବତୀପୁର ଗ୍ରାମରେ ତାଙ୍କ ବାସଭବନରେ ଶୋକର ଛାୟା ଖେଳିଯାଇଥିଲା । ଆତ୍ମୀୟ ସୋଜନ ବନ୍ଧୁ ପରିବାର ବର୍ଗ ଶେଷ ଦର୍ଶନ କରିବା ସହିତ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ଭଗବତୀ ପଡ଼ିଆ ସ୍କୁଲ ପରିଶରକୁ ନିଆଯାଇଥିଲା । ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନ ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ନିଆଯାଇ ବ୍ରାହ୍ମଣୀ ନଦୀ ତଟରେ ଶବ ସଂସ୍କାର କରାଯାଇଥିଲା । ଶିକ୍ଷାବିତ ବିଶ୍ୱନାଥ ସ୍ୱାଇଁ, ବନ୍ଧଡିହ ପଂଚାୟତର ସରପଂଚ ବିକ୍ରମ ବେହେରା ଶେଷ ଦର୍ଶନ କରିଥିଲେ । ତାଙ୍କ ପୁଅ ଅମରେଶ ଦାଶ ମୁଖାଗ୍ନୀ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଗୋପିନାଥ ଦାଶ ଯୋଗଦାନ କରି ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ ।

Related Posts

About The Author

Add Comment