ବଢ଼ିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୪ରେ ଖୋଲିବ କିଛି ଗେଟ୍‌

Spread the love

ସମ୍ବଲପୁର, ୧୦/୮ (ସନ୍ଧନ ନିଉଜ) : ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବଢିବା ଆରମ୍ଭ ହୋଇଛି। ବୁଧବାର ଓ ଗୁରୁବାର ଉପର ମୁଣ୍ଡରେ ଭଲ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇବା ସହିତ ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। ଜଳସ୍ତର ବଢୁଥିବାରୁ ଚଳିତ ମାସ ୧୪ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ଥର ପାଇଁ ଜଳ ଛଡାଯିବାର ଯୋଜନା ଅଛି ବୋଲି ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ହୀରାକୁଦର ଜଳସ୍ତର ଶନିବାର ଅପରାହ୍ଣ ୩ଟା ସୁଦ୍ଧା ୬୧୧.୬୨ ଫୁଟରେ ପହଞ୍ଚିଛି। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୯୦ ହଜାର ୭୧୮ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୧୮, ୧୯୨ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା।

ହୀରାକୁଦ ତଳ ମୁଣ୍ଡରେ ମହାନଦୀରେ ବେଲଗାଁଠାରେ ୪୦ ହଜାର ୨୦୦ କ୍ୟୁସେକ, ପଥର୍ଲାଠାରେ ୧, ୧୧, ୨୮୫ କ୍ୟୁସେକ, ଖଇରମାଳଠାରେ ୧ ଲକ୍ଷ ୫୦ ହଜାର କ୍ୟୁସେକ, ବରମୂଳଠାରେ ୨, ୧୨, ୩୭୫ କ୍ୟୁସେକ ଓ ମୁଣ୍ଡଳିଠାରେ ୩, ୬୩, ୦୦୧ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।

Related Posts

About The Author

Add Comment